Odisha news

ଆମ ଅଙ୍ଗନବାଡି କେତେ ସୁନ୍ଦର,ଉପରୁ ପାଣି ଝରେ ନିରନ୍ତର

0

ବେତନଟୀ/ବୈଶିଙ୍ଗା  : କୋମଳ ମୋତି ଶିଶୁ ମାନଙ୍କୁ ଖେଳକୁଦ ମାଧ୍ୟମରେ ଶିକ୍ଷାଦାନ ସହିତ ପୋଷଣ ବଢାଇବା ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଉଥିବା ଆମ ଅଙ୍ଗନବାଡ଼ି କେତେ ସୁରକ୍ଷିତ ତାହା ବୈଶିଙ୍ଗା ଥାନା ଅଧୀନ ମହୁରୀ ଅଙ୍ଗନବାଡି କେନ୍ଦ୍ରକୁ ପର୍ଯ୍ୟବେକ୍ଷଣ କଲେ ଜଣା ପଡିବ। ଗତ ୩୦ ବର୍ଷ ତଳେ ୧୯୯୩ ମସିହାରେ କୋମଳମତି ପିଲାଙ୍କ ପାଇଁ ନିର୍ମିତ ଏହି ଅଙ୍ଗନବାଡି ଘରଟି ଏବେ ଭୂତ କୋଠି ପାଲଟିଛି। ଘରର କାନ୍ଥ , ଛାତ ଆଦିରୁ ଖଣ୍ଡ ଖଣ୍ଡ ଛାତ ଖସି ବିପଦ ସୃଷ୍ଟି କରୁଛି। ଶୌଚାଳୟଟି ବହୁ ଦିନ ଆଗରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ  ବ୍ୟବହୃତ ହେଇ ପାରୁନାହିଁ। ଫଳସ୍ୱରୂପ ଅଙ୍ଗନବାଡି ଶିକ୍ଷୟତ୍ରୀ, ପାଚିକାଙ୍କ ସମେତ ସମସ୍ତ କୁନି କୁନି ଛାତ୍ରଛାତ୍ରୀ ପଦାରେ ଶୌଚ କରୁଥିବାର ପରିଲକ୍ଷିତ ହୋଇଛି। ଦୈନନ୍ଦିନ ଭାବେ ପିଲାମାନଙ୍କ ନିମନ୍ତେ ରୋଷେଇ କରିବା ପାଇଁ ବ୍ୟବହୃତ ହେଉଥିବା ରୋଷେଇ ଘରର ଛାତରୁ ବର୍ଷାଦିନେ ପାଣି ଝରୁଥିବାରୁ ରୋଷେଇ କାର୍ଯ୍ୟ କରିବାରେ ବହୁ ଅସୁବିଧା ହେଉଛି। ଯେଉଁଥି ପାଇଁ ଏହି ଅଙ୍ଗନବାଡି ସୃଷ୍ଟି କରାଯାଇଥିଲା ତାହାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ । ମରାମତି ନାମରେ ପଞ୍ଚାୟତ ତରଫରୁ ବାରମ୍ଵାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ମରାମତି ନାମରେ ସରକାରୀ ଅର୍ଥ ତୋଷରପାତ ହେଉଛି, କିନ୍ତୁ ତାହା ଫଳ ପ୍ରଦ ହେଉନାହିଁ। ତେଣୁ ନୂତନ ଭାବେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।

Leave A Reply