Odisha news

ଆମ୍ବୁଲାନସ ପିକଅପ ଧକ୍କା : ପିକଅପରେ ଥିବା ୬୪ ବସ୍ତା ପିଆଜ ଚୋରି

0

ବେତନଟୀ  : ବେତନଟୀ ଥାନା ଅଧୀନ ରାଗଧା ଛକ ନିକଟରେ ଆମ୍ବୁଲାନସ ନମ୍ବର ଓଡି-୧୧ଏମ-୪୪୪୯ ଓ ପିଆଜ ବୋଝେଇ ପିକଅପ ନମ୍ବର ଓଡି-୧୧ବି-୧୨୪୦ ମଧ୍ୟରେ ଧକ୍କା ହୋଇ ଥିବାର ଜଣା ପଡିଛି । ଏହି ଧକ୍କାରେ ଉଭୟ ଗାଡି କ୍ଷତିଗ୍ରସ୍ତ ହେବା ସହିତ ପିକଅପଟି ପାଲଟି ହୋଇ ଯାଇ ଥିଲା । ତେବେ ପିକଅପରୁ ୬୪ ବସ୍ତା ପିଆଜ କେହି ଚୋରି କରି ନେଇ ଥିବାର ଜଣା ପଡିଛି ।

ଖବର ପାଇ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆମ୍ବୁଲାନସ ଡ୍ରାଇଭର ନୂଆଡିହି ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ପୁଅ ଡମାନ ମହାନ୍ତଙ୍କ ଲିଖିତ ଅଭିଯୋଗ ମୂଳେ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ଦଫା ୨୭୯/୩୩୭ ମୂଳେ ମାମଲା ନମ୍ବର ୧୨୪/୨୦୨୦ ରୁଜୁ କରି ଥିବାର ଜଣା ପଡିଛି । ମାମଲାର ତଦନ୍ତ ଚାଲିଛି । ଉଭୟ ଗାଡିକୁ ପୋଲିସ ଜବତ କରି ଥିବାର ଜଣା ପଡିଛି ।

Leave A Reply