ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ୱ ବିଭାଗ ମିଳିତ ଭାବେ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ
ଖଇରା : ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ୱ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କର ଖାତାପତ୍ର ଯାଞ୍ଚ କରାଯାଇଛି । ପୂର୍ବାହ୍ନରେ ଅବକାରୀ ବିଭାଗର ନିଳିଗିରି ଇନ୍ସପେକ୍ଟର ଜ୍ୟୋତିର୍ମୟ ପଟେଲ ଓ ଖଇରା ର ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ଟିମ ଖଇରା ବଜାରରେ ଥିବା ଲାଇସେନ୍ସପ୍ରାପ୍ତ ଦୋକାନ ଉପରେ ଅଚାନକ ଚଢାଉ କରି ଖାତାପତ୍ର ଓ ଷ୍ଟକ ଯାଞ୍ଚ କରିଥିଲେ । ପରେ କୁପାରୀ ରେ ମଧ୍ୟ ଅନୁରୂପ କାର୍ଯ୍ୟ କରାଯାଇଥିଲା ।
ଏଥିରେ ସୋର ସବ-ଇନ୍ସପେକ୍ଟର କୁଳମଣି ମହାରଣା ,ଖଇରା ରାଜସ୍ୱ ନିରିକ୍ଷକ କାଳିଚରଣ ମାଝୀ ପ୍ରମୁଖ ଏଥିରେ ସାମିଲ ଥିଲେ । ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଏହି ଯାଞ୍ଚ କରାଯାଇଥିଲା । ଯାହା ବି ଅନିୟମିତତା ସେ ସମ୍ପର୍କୀୟ ରିପୋର୍ଟ ବିରିଷ୍ଠ ଅଧିକାରୀଙ୍କୁ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଥାଉକି କିଛି ଦିନ ତଳେ ଖଇରା ମଦଦୋକାନ ସମ୍ମୁଖରେ କିଛି ଲେକ ସାମାଜିକ ଦୂରତା ନମାନି ଠେଲାପେଲା ହୋଇ ମଦକିଣୁଥିବା ଏବଂ ମଦବିକ୍ରେତା ସରକାରଙ୍କ ଗାଇଡଲାଇନକୁ ଭୁଲି ଅନଲାଇନ ବଦଳରେ କାଉଣ୍ଟରରେ ଲେକାଙ୍କୁ ମଦ ବିକୁଥିବା ଦୃଶ୍ୟ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଯାଞ୍ଚ ନିଦେ୍ର୍ଦଶ ଦିଆଯାଇଥିବାର କୁହାଯାଉଛି ।