Odisha news

ତିନୋଟି ଜାତୀୟ ରାଜପଥରେ ଭାରୀଯାନ ଭିଡ ସାଧାରଣ ଲୋକ ହନ୍ତସନ୍ତ

0

ଚଣ୍ଡିଖୋଲ : ଦୀର୍ଘ ୪୮ ଘଂଟାରୁ ଉର୍ଦ୍ଧ ସମୟ ଚଣ୍ଡୀଖୋଲ ସଲଗ୍ନ ଜାତୀୟ ରାଜପଥ ବଡ ବଡ ଭାରୀଯାନଙ୍କ କବଜାରେ ରହିଅଛି । ଫଳରେ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି କେନ୍ଦୁଝରରୁ ପାରାଦୀପ ଯାଉଥିବା ଲୁହାପଥର ଗାଡି ଗୁଡିକ ଛିଡା ହୋଇ ରହିବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି । କଟକ-ବାଲେଶ୍ୱର ୧୬ନଂ ଜାତୀୟୁ ରାଜପଥର ଚଣ୍ଡିଖୋଲରୁ ପାଣିକୋଇଲି ୫୩ନଂ ଚଣ୍ଡିଖୋଲରୁ ଡୁବୁରୀ ଓ ୫୩ନଂ(କ) ଜାତୀୟ ରାଜପଥର  ଚଣ୍ଡିଖୋଲରୁ ଯାଜପୁର ଜିଲ୍ଲା ସୀମା ପଂଚୁ ପାଣ୍ଡବ ପର୍ଯ୍ୟନ୍ତ ଏହି ଟ୍ରକ ଗୁଡିକ ଛିଡା ହୋଇ ରହିଅଛି ।

ଏହି ଟ୍ରକ ଗୁଡିକ ଜାତୀୟ ରାଜପଥର ସ୍ଥାନେ ସ୍ଥାନେ ୩ ଧାଡି କରି ଛିଡା ହୋଇ ରହିବା ଫଳରେ ସାଧାରଣ ୨ ଚକିଆ ଯାନଟିଏ ସେହି ରାସ୍ତାରେ ଯିବା ଆସିବା କରିବାକୁ କଷ୍ଟକର ହୋଇପଡୁଛି । ଚଣ୍ଡିଖୋଲ ନିକଟରେ ଥିବା ଶ୍ରୀରାମପୁର ଟୋଲଗେଟ ନିକଟରେ ପରିଚାଳନାଗତ ତ୍ରୁଟି ଯୋଗୁ ଏହି ଭାରୀ ଯା ନ ଗୁଡିକ ୫ ଧାଡି କରି ଛିଡା ହୋଇ ରହୁଛନ୍ତି । ବର୍ତମାନ କରୋନା ମହାମାରୀ ଯୋଗୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାତାୟତ କରୁଥିଲା ବେଳେ ଘଂଟା ଘଂଟା ଧରି ଏହି ଜାମରେ ଫଶି ରହୁଛନ୍ତି । ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ ବାଇପାସ ରସ୍ତାରେ ମଧ୍ୟ ଏହି ଭାରୀଯାନ ଗୁଡିକ ଛିଡାହୋଇ ରହିବା ଫଳରେ ନିକଟବର୍ତୀ ଅଂଚଳର ଲୋକମାନେ ଚଣ୍ଡିଖୋଲ ଛକକୁ ଆସିବାକୁ ଘଂଟା ଘଂଟା ସମୟ ଲାଗୁଅଛି ।

ସେହିପରି ଆମ୍ବୁଲାନ୍ସ, ଅଗ୍ନିଶ୍ରମ ଗାଡି ଓ ପୋଲିସ ଭ୍ୟାନ ଗୁଡିକ ମଧ୍ୟ ଏହି ଭିଡରେ ଦୀର୍ଘସମୟ ଧରି ଫସି ରହୁଛନ୍ତି । ଚଣ୍ଡିଖୋଲ ଛକରେ ଟ୍ରାଫିକ ଥାନା ଥିବା ଅବସ୍ଥାରେ ଏହିସବୁ ଗାଡି ଗୁଡିକ ଠିକ ଭାବରେ ଧାଡିରେ ଛିଡା କରିବାକୁ ଥାନା ପକ୍ଷରୁ ସେପରି ବ୍ୟବସ୍ଥା କରାଯାଉ ନଥିବା ଦେଖିବାକୁ ମିଳିଛି । ଏପଟେ ଜାତୀୟ ରାଜପଥରେ ଭ ିଡ ଯୋଗୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଟ୍ରାଫିକ ଥାନା ଅଧିକାରିଣୀ ହେଲମେଟ ଚେକ କରିବାରେ ବ୍ୟସ୍ତ ରହୁଥିବାର ଦେଖାଯାଇଛି । ଚଣ୍ଡିଖୋଲ ଛକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଛକ ହୋଇଥିଲା ବେଳେ ଏପରି ଭିଡରେ ସର୍ବସାଧାରଣ ଯାତ୍ରୀ ମାନେ ବହୁ ଅସୁବୀଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଓ ଆଜି ଏହି ଭିଡରେ ଛୋଟମୋଟ ଦୁଇଟି ଦୁର୍ଘଟଣା ହୋଇଥିବାର ମଧ୍ୟ ନଜରକୁ ଆସିଛି । ଯେଉଁଠି ଚଣ୍ଡିଖୋଲ ଛକକୁ ଆସିବାକୁ ସାଧାରଣ ଲୋକଟିକୁ ୧୦ମିନିଟି ଲାଗୁଥିଲା ଜାମ ଯୋଗୁ ଏବେ ଏକ ଘଂଟାରୁ ଅଧିକ ସମୟ ଲାଗୁଅଛି । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Nalco

Leave A Reply