Odisha news

ବେତନଟୀ : ଆଗ୍ରିଆ ଓଭରବ୍ରିଜ୍ ଉପରୁ ଓଲଟିଲା ସ୍କ୍ରାପ୍ ବୋଝେଇ ଟ୍ରଲର : ଚାଳକ ଓ ଖଲାସୀ ଗୁରୁତର ଆହତ

0

ବେତନଟୀ/ବୈଶିଙ୍ଗା  –ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ଆଗ୍ରିଆ ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଛି ଏକ ସ୍କ୍ରାପ୍ ବୋଝେଇ ଟ୍ରଲର। ସୂଚନା ମୁତାବକ ଆଜି ସକାଳ ସମୟରେ ବେତନଟୀ ରୁ ବୈଶିଙ୍ଗା ଅଭିମୁଖେ ଯାଉଥିବା ଏକ ଲୁହା ସ୍କ୍ରାପ୍ ବୋଝେଇ UP 54 AT 5658 ନଂ ବିଶିଷ୍ଟ ଟ୍ରଲର ଟି କୈାଣସି କାରଣରୁ ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରଲର କ୍ୟାବିନ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ଖଲାସି କୁ ବୈଶିଙ୍ଗା ପୋଲିସ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ରେ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ତେବେ ଲୁହା ସ୍କ୍ରାପ୍ ଗୁଡିକ ବିଲ ଭିତରେ ବିକ୍ଷିପ୍ତ ଭାବରେ ଖେଳାଇ ହୋଇ ପଡି ରହିଥିବା ଯୋଗୁଁ ସେ ଅଞ୍ଚଳରେ ଯାତାୟାତ କରିବା ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ। ଟ୍ରଲର ଉଠିଯିବା ପରେ ବିଛାଇ ହୋଇ ପଡ଼ିଥିବା ସ୍କ୍ରାପ୍ ଗୁଡିକ କ୍ଷେତ ରୁ ସଫା ହେବ କେମିତି, ଚାଷ କାର୍ଯ୍ୟ ହେବ କେମିତି ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଓଭରବ୍ରୀଜର ଉଭୟ ପଟୁ ଗାଡି ଚଳାଚଳ ପାଇଁ ସଠିକ୍ ସଙ୍କେତ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave A Reply