Odisha news

ମୟୂରଭଞ୍ଜ ଜିଲ୍ଲାରେ ୨ମାସ ଧରି ସପ୍ତାହିକ ହାଟ ବନ୍ଦ, କ୍ଷୁଦ୍ର ବ୍ୟବସାୟୀମାନେ ହଟହଟା

0

ବେତନଟୀ ୩୧/୮ : ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମଞ୍ଚଳର ସମସ୍ତ ସାପ୍ତାହିକ ହାଟକୁ ଜୁଲାଇ ଓ ଅଗଷ୍ଟ ୨ମାସ ଧରି ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ଏହି କ୍ଷୁଦ୍ର ବ୍ୟବସାୟୀମାନେ ହଟହଟା । ରାଜ୍ୟ ସରକାର କରୋନା ପରିସ୍ଥିତିରେ ଗ୍ରାମ୍ୟ ଅର୍ଥନୀତିର ବିକାଶ ପରେ ଗୁରୁତ୍ୱ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତି ଯୋଗୁଁ ଗ୍ରାମଞ୍ଚଳର ଲୋକମାନେ ସର୍ବାଧିକ କ୍ଷତି ଗ୍ରସ୍ତ ହେବା ସହିତ କ୍ଷୁଦ୍ର ବ୍ୟବସାୟୀମାନେ ହଟହଟା ହୋଇଛନ୍ତି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସାପ୍ତାହିକ ହାଟର ଇତିହାସ ବହୁ ପୁରାତନ ।

ଗ୍ରାମାଞ୍ଚଳର ଦୈନନ୍ଦିନ ବଜାର ବ୍ୟବସ୍ଥା ନାହିଁ । ଗ୍ରାମାଞ୍ଚଳର ଲୋକମାନେ କେବଳ ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି । ଦୈନନ୍ଦିନ ଆବଶ୍ୟକ ପନିପରିବା ଓ ଅନ୍ୟ ସାମଗ୍ରୀ ଗ୍ରାମାଞ୍ଚଳର ଲୋକମାନେ ସାପ୍ତାହିକ ହାଟରୁ କିଣିଥାନ୍ତି । ସେହିପରି ଗ୍ରାମାଞ୍ଚଳରେ ଉତ୍ପାଦିତ ପନିପରିବା, ମାଛ, କୁକୁଡା ଆଦି ସାପ୍ତାହିକ ହାଟରେ ବିକ୍ରୟ ହୋଇଥାଏ । ଏଥିଦ୍ୱାରା କ୍ଷୁଦ୍ର ଚାଷୀମାନେ ବିଷେଶ କରି ଉପକୃତ ହୋଇଥାନ୍ତି । ଅଳ୍ପ ପରିମାଣ ପନିପରିବା ଓ ଘରବାଡିର ଉତ୍ପାଦିତ ଅଳ୍ପ ପରିମାଣର ବିଭିନ୍ନ ଫଳ ଦୂର ସ୍ଥାନର ସହରକୁ ନେବା ସମ୍ଭବ ନୁହେଁ ।

୨ମାସ ଧରି ସମ୍ପୂର୍ଣ୍ଣ ସାପ୍ତାହିକ ହାଟ ବନ୍ଦ ରହିଥିବାରୁ କ୍ଷୁଦ୍ର ପନିପରିବା ଚାଷୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ନିଜ ନିଜ ଆବଶ୍ୟକୀୟ ପନିପରିବା ଓ ଅନ୍ୟ ସାମଗ୍ରୀ ପାଇବାରୁ ବଞ୍ଚôତ ହୋଇଛନ୍ତି । ସେହିପରି ଅନେକ କ୍ଷୁଦ୍ର ବ୍ୟବସାୟୀମାନେ କେବଳ ବିଭିନ୍ନ ସାପ୍ତାହିକ ହାଟରେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ କରିଥାନ୍ତି । ସେମାନେ ସାପ୍ତାହିକ ହାଟର ବ୍ୟବସାୟୀଭାବେ ପରିଚିତ । ସେମାନଙ୍କର ସହରାଞ୍ଚଳରେ କୌଣସି ଦୋକାନ ନାହିଁ ।

୨ମାସ ଧରି ସାପ୍ତାହିକ ହାଟ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ସେହି ବ୍ୟବସାୟୀମାନଙ୍କର ବ୍ୟବାସୟ ଠପ ହୋଇଛି । ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସମସ୍ତ ପ୍ରକାର ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ୍, ମଦ ଦୋକାନ, ସପ୍ତାହର ୫ଦିନ ଖୋଲା ରହୁଥିଲା । ଏପରି କ୍ଷେତ୍ରରେ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ୨ମାସ ଧରି ବନ୍ଦ କରିବାର କୌଣସି ଯଥାର୍ଥତା ନଥିଲା । ସାମାଜିକ ଦୂରତା ରକ୍ଷା କରାଯାଇ ସେପ୍ଟେମ୍ବର ୧ ତାରିଖରୁ ଜିଲ୍ଲାରୁ ସମସ୍ତ ସାପ୍ତାହିକ ହାଟ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିବା ଉଚିତ୍ । ଏହା କରା ନ ଗଲେ ଗ୍ରାମାଞ୍ଚଳର ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହେବ । ପ୍ରଶାସନ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦେଲେ ନାମମାତ୍ରକ କ୍ଷୁଦ୍ର ବ୍ୟବସାୟୀମାନେ ଖୁସି ହେବେ ।

Leave A Reply