Odisha news

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଗାଇଡଲାଇନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0

ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଗାଇଡଲାଇନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରୀୟ ଗାନ କରିବା ସହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି l କରୋନାରେ  ମୁର୍ତ୍ୟୁବରଣ କରିଥିବା କୋଭିଡି ଯୋଦ୍ଧାଙ୍କ ନିମନ୍ତେ ନିରବ ପ୍ରାଥନା କରାଯାଇଥିଲା l

ଲୋକଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପାଇଁ ଏହା ଏକ ବହୁତ ବଡ଼ ପ୍ରତିଷ୍ଠାନ, ନିଜେ ନିଜର ଶାସନଭାର ନେଇ ଲୋକଙ୍କ ସେବା କରିବା ପାଇଁ ଏହା ଏକ ଉତ୍ତମ ସ୍ଥାନ ବୋଲି ମତ ରଖିଛନ୍ତି ଜିଲ୍ଲାପାଳ l

ସାରା ଦେଶରେ କରୋନାକୁ ନେଇ ଏକ ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ l ଗଞ୍ଜାମ  ଜିଲ୍ଲାରେ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି l ଏଥିରେ ସମସ୍ତ କର୍ମଚାରୀଙ୍କ ଅଦ୍ଭୁତପୂର୍ବକ ଅବଦାନ ରହିଛି l ଏହି ଅବସରରେ କୋଭିଡରେ ମୃତ ହୋଇଥିବା ବିଏମସି ୩ ଜଣ କର୍ମଚାରୀ ଯୋଦ୍ଧାଙ୍କ ସ୍ମୃତି ଫଳକକୁ ଜିଲ୍ଲାପାଳ ଉଦଘାଟଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ  ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ l

Leave A Reply