Odisha news

ଲୁଟେରାକୁ ଗିରଫ କଲା କଳିଙ୍ଗନଗର ପୋଲିସ , ଲୁଟ ଟଙ୍କା ଜବତ

0

ଦାନଗଦୀ ୩୧/୦୮ ସ.ବ୍ୟୁ : ସୁକିନ୍ଦା ଥାନା ବାହାବଳପୁର ଗ୍ରାମର ଶେଷପ୍ରସାଦ ସ୍ୱାଇଁ ,ପି-ଦୁର୍ଯେ୍ୟାଧନ ସ୍ୱାଇଁ ଯେ କି ବ୍ଲୁ ଷ୍ଟାର ବାର୍ ଡୁବୁରୀରେ ପରିଚାଳକଭାବେ କାର୍ଯ୍ୟରତ । ସେ ଗତ ୨୭ ତାରିଖ ଦିନ ୧୨ ଘଟିକା ସମୟରେ ଏକ ଲକ୍ଷ ୧୪ ହଜାର ତିନିଶହ ଦଶଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଏକ ସ୍କୁଟି(ଓଡି ୩୪-୧୭୬୫)ରେ ଡ୍ରାଇଭର ରବି ମଳିକ ସହିତ ଯାଜପୁରରୋଡ ଆଡକୁ ଯାଉଥିବା ସମୟରେ ଜୁସକୋ ଗେଟ ସାମ୍ନାରେ ଏକ ପଲସର ଗାଡିରେ ଦୁବୁର୍ତ ଆସି ମାରଣାସ୍ତ୍ର ଦେଖାଇ ଡ୍ରାଇଭର ରବି ଧରିଥିବା ଟଙ୍କା ବ୍ୟାଗକୁ ଛଡାଇ ଯାଜପୁରରୋଡ ଆଡକୁ ପଳାଇ ଯାଇଥିବା ଗତ ଗୁରୁବାର ତା ୨୭/୦୮/୨୦ ରିଖ ରାତି ୦୯ ଘଟିକା ସମୟରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ ।

କଳିଙ୍ଗନଗର ପୋଲିସ କେସ ନଂ ୧୪୦/୨୦ରେ ମାମଲା ରୁଜୁ କରି ତଦନ୍ତ କରି ଜାଣିବାକୁ ପାଇଥିଲା କି ପାଣିକୋଇଲି ଥାନା ଅର୍ନ୍ତଗତ ସାନବିରୁହାଁ ଗ୍ରାମର ରବି ମଳିକ(୨୫) ଏବଂ କୋରେଇ ଥାନା ଜଇଁତଳ ଗ୍ରାମର ଶ୍ରୀକୃଷ୍ନ ମହାଳିକଙ୍କୁ ଅଟକ ରଖି ପଚରାଉଚରା କରିବାରୁ ଏହି ଟଙ୍କା ଚୋରି କରିଥିବା ଉଭୟ ଚୋରି କରିଥିଲେ ଏବଂ ସମସ୍ତ ଏକ ଲକ୍ଷ ୧୪ ହଜାର ତିନିଶହ ଦଶଟଙ୍କା ଜବତ କରିବା ସହିତ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲେ ।

Leave A Reply