ଖୋର୍ଦ୍ଧା,୩୧ା୮ : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୋରର୍ସ ହୋପ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ପୋ÷ରପରିଷଦର ୱାର୍ଡ଼ ନଂ.୧୩,୧୪, ୧୫ ଓ ୧୬କୁ ସାନିଟାଇଜେସନ୍ ଏବଂ ଜନସାଧାରଣଙ୍କୁ କରୋନା ମହାମାରୀ ଦାଉରୁ ରକ୍ଷା ପାଇବା ନିମନ୍ତେ ମାସ୍କ ବଂଟନ କରାଯିବା ସହିତ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।
ସଂଗଠନର ଅଧ୍ୟକ୍ଷା ରୀନାରାଣୀ ନାୟକଙ୍କ ନେତୃତ୍ୱରେ ୟୋରର୍ସ ହୋପ ଫାଉଣ୍ଡେସନର ସନ୍ତୋଷ ନାୟକ, ସବିତା ପୃଷ୍ଟି ଏବଂ ଅନ୍ୟ ସଦସ୍ୟ ଓ ସଦସ୍ୟାମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । କରୋନା ମହାମାରୀ ସମୟରେ ସଂଗଠନର ଏଭଳି ନିଃସ୍ୱାର୍ଥପର ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା
