Odisha news

ଜଙ୍ଗଲ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଚାଲିଥିବା ଏକ ଜୁଆଆଡ୍ଡା ଉପରେ ବେତନଟୀ ପୋଲିସ ଚଢ଼ାଉ : ୬ ଜୁଆଡି ଧରାପଡିଲେ

0

ବେତନଟୀ ଥାନା ଅନ୍ତର୍ଗତରେ ଥିବା ଭାଦୁଶୋଳ ଜଙ୍ଗଲ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଚାଲିଥିବା ଏକ ଜୁଆଆଡ୍ଡା ଉପରେ ବେତନଟୀ ପୋଲିସ ଚଢ଼ାଉ କରିଥିଲା । ଜୁଆଆଡ୍ଡାରୁ ନଗଦ ୧୨ ହଜାର ୩୫୦ ଟଙ୍କା , ଜୁଆଖେଳ ସରଞ୍ଜାମ ଏବଂ ୧୩ ଟି ବାଇକ ସମେତ ୯ ଟି ସାଇକେଲ ଜବତ କରିଛନ୍ତି ।

ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଗିରଫ ଜୁଆଡିଙ୍କ ମଧ୍ୟରେ ବାରିପଦା ସଦର ଥାନା ଅନ୍ତର୍ଗତ ଜତିପୁର ଗ୍ରାମର ନିତ୍ୟାନନ୍ଦ ମହାନ୍ତ (୪୫) ଓ ରାଜକୁମାର ମହାନ୍ତ ( ୨୪ ), ବେତନଟୀ ଥାନା ଅନ୍ତର୍ଗତ ବାଙ୍କଧର ଗ୍ରାମର ତପନ ମହାନ୍ତ (୨୫), ଭାଦୁଶୋଳ ଗ୍ରାମର ଦୁର୍ଗା ଟୁଡୁ (୨୮), ଓରାଚନ୍ଦାଡିହା ଗ୍ରାମର ଭୋଳାନାଥ ମହାନ୍ତ (୪୦) ଏବଂ ହାତୀକୋଟ ଗ୍ରାମର ତାରା ଚାନ୍ଦ ମହାନ୍ତ (୩୨) ରହିଥିବା ଜଣାପଡିଛି । ବେତନଟୀ ଥାନା ଅନ୍ତର୍ଗତ ଭାଦୁଶୋଳ ଜଙ୍ଗଲ ମଧ୍ୟରେ ବେଆଇନ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବେତନଟୀ ଥାନା ଆଇଆଇସି ଅଶୋକ ନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏହି ଚଢଉ କରି ଗତକାଲି ବିଳମ୍ବିତ ରାତିରେ କେଶ୍ ନମ୍ବର – ୧୯୧/୨୦ ରେ ଜୁଆଖେଳ ନିରୋଧ ଆଇନ ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଛନ୍ତି ।

Leave A Reply