Odisha news

ଲଗାଣ ବର୍ଷା : ମାର୍ଶାଘାଇ ବ୍ଲକର ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

0

ମାର୍ଶାଘାଇ୨୫/୮(ସବ୍ୟୁ) ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ଅନେକ ତଳିଆ ଅଞ୍ଚଳ ବର୍ଷା ପାଣି ବୁଡି ରହିଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏହି ଲଗାଣ ବର୍ଷାରେ ୧ହଜାର ୫୦୦ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହେବାର କୃଷି ବିଭାଗ ତରଫରୁ ଆକଳନ କରାଯାଇଥିବା ବେଳେ ଯଦି ଏହି ଲଘୁଚାପ ଜନିତ ବର୍ଷା ଆଗକୁ ଲାଗି ରହେ ତେବେ କ୍ଷୟକ୍ଷତିର ପରିମାଣ ବଢିବ ବୋଲି କୁହାଯାଇଛି ।

ବର୍ତ୍ତମାନ ଚାଷିଙ୍କ ପାଇଁ ମୁଖ୍ୟ ସମାସ୍ୟା ହେଲା ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ । ଏପଟେ ନଦୀରେ ବନ୍ୟା ଜଳ ପ୍ରବାହିତ ହେଇଥିବା ଯୋଗୁ ଜଳ ନିଷ୍କାସନ ପଥ ତଥା ବିଭିନ୍ନ ସ୍ଲୁଇସ ଗେଟ୍ ବନ୍ଦ ରହିଛି । ଧାନ ଜମିରେ ସଦ୍ୟ ରୁଆ ହୋଇଥିବା ଧାନ ଓ ତଳି ବର୍ଷା ଜଳରେ ବୁଡି ରହି ସମ୍ପର୍ଣ୍ଣ ନଷ୍ଟ ହେଲାଣି ।

ବ୍ଲକର ମାର୍ଶାଘାଇ , ମଣିକୁଣ୍ଡା , ହିନ୍ଦୁଳିଆ , ଶିଳିପୁର , ଦଶିପୁର , ଦୁମୁକା , ଅଙ୍ଗୁଳାଇ , କୁହୁଡି ,ବନ୍ଧକଟା , ବଛରାଇ , ଜମପଡା ,ମେହେନ୍ଦିନଗର ,କରିଲୋପାଟଣା, ଆଇତିପୁର , ଜଳପୋକ , ତାଳସଙ୍ଗା , ଗରଜଙ୍ଗା , ବେରୁହାଁ ,ଅନ୍ତେଇ , ବଟିରା ,ମଙ୍ଗରାଜପୁର , ପରକୁଳା , ରାଘବପୁର ,ଆଖୁଆ ଦକ୍ଷିଣୀ ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଫଳରେ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ । ବ୍ଲକର ମୋଟ ୧୧ହଜାର୪୧୬ ହେକ୍ଟର ଚାଷ ଜମି ରହିଥିବା ବେଳେ ୮ ହଜାର୭୦୦ହେକ୍ଟର ଜମିରେ ଖରିଫ ଧାନ ଫସଲ ଚାଷ କରାଯାଇଥାଏ ।

Govt
Leave A Reply