କେନ୍ଦ୍ରାପଡା : ଦିନକରେ ୯୭ ସଂକ୍ରମିତ ଚିହ୍ନଟ, ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଟପିଲା , ପ୍ରଶାସନର ସ୍ୱାବ୍ ସଂଗ୍ରହ ଉପରେ ଗୁରୁତ୍ୱ
କେନ୍ଦ୍ରାପଡା ,୨୫/୮(Rabindra Dash) : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ଦିନ ସର୍ବାଧିକ ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ଜିଲ୍ଲାରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୫୧୧ ରେ ପହଁଚିଛି । ସେହିପରି ଜିଲ୍ଲାରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୧୩୦୯ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଧା ୭୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କେନ୍ଦ୍ରପଡା ଜିଲ୍ଲାରେ କରୋନା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ଏକ କରି ଦେଇଛି । ଗତ ଏପ୍ରିଲ୍ ମାସରେ ଜିଲ୍ଲାରେ ପ୍ରଥମ ପଜେଟିଭ୍ ଚିହ୍ନଟ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ୧୩୦୯ ଜଣ ପଜେଟିଭ୍ ବାହାରି ସାରିଲେଣି । ତଥାପି ସ୍ଥିତି ନିୟନ୍ତ୍ରଣରେ ରଖିବାରେ ପ୍ରଶାସନ ସଫଳ ହୋଇଛି । ଜିଲ୍ଲା ପ୍ରଶାସନ ସ୍ୱାବ୍ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଛି ।
ତେବେ କେନ୍ଦ୍ରାପଡା ପୈାରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା କୃତ ଅଧିକ ଥିବାରୁ ପୈାର କର୍ତୃପକ୍ଷ ସ୍ୱାବ୍ ସଂଗ୍ରହ ର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି ଗତ ୨୪ ତାରିଖ ଦିନ ସର୍ବାଧିକ ୮ହଜାର ୮୭ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୨୫ ତାରିଖ ଦିନ ସର୍ବାଦôକ ୯୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡିଛି ।
ଏହି ୯୭ ଜଣ ସଂକ୍ରମିତଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକ୍ ଅଂଚଳରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ହୋଇଥିବା ବେଳେ କେନ୍ଦ୍ରାପଡା ପୈାରାଂଚଳରୁ ୧୮ ଜଣ , ଡେରାବିଶ ବ୍ଲକ୍ ଅଂଚଳରୁ ୧୦ ଜଣ . ଗରଦପୁର ଅଂଚଳରୁ ୪ ଜଣ , ଆଳି ଅଂଚଳରୁୁ ୭ ଜଣ , ରାଜକନିକା ଅଂଚଳରୁ ୪ ଜଣ , ରାଜନଗର ଅଂଚଳରୁ ୬ଜଣ , ମାର୍ଶାଘାଇ ବ୍ଲକ୍ ଅଂଚଳରୁ ୪ଜଣ , ମହାକାଳପଡା ଅଂଚଳରୁୁ ୩ଜଣ , ପଟ୍ଟାମୁଣ୍ଡାଇ ବ୍ଲକ୍ ଅଂଚଳରୁ ୧୭ ଜଣ ଏବଂ ପଟ୍ଟାମୁଣ୍ଡାଇ ପୈାରାଂଚଳରୁ ୩ ଜଣ ସଂକ୍ରମିତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଜିଲ୍ଲାକୁ ଆଜି ଗୋଟିଏ ଦିନରେ ସର୍ବାଧିକ ୧୫୯୬ ଜଣ ପ୍ରବାସୀ ଆସିଛନ୍ତି । ଏହି ପ୍ରବାସୀ ମାନଙ୍କୁ ବିଭିନ୍ନ ବ୍ଲକ୍ ରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଆଜିର ଏହି ପ୍ରବାସୀ ଙ୍କୁ ମିଶାଇ ଜିଲ୍ଲାକୁ ମୋଟ୍ ୫୨ହଜାର ୪୭୨ ଜଣ ପ୍ରବାସୀ ଆସିଲେଣି । ସୂଚନା ଯୋଗ୍ୟ ଯେ , ଜିଲ୍ଲାରେ ଛତା ଠାରେ ଏକ କୋଭିଡ୍ ହସ୍ପିଟାଲ୍ ଖୋଲା ଯାଇଥିବା ବେଳେ ୨୬୫ଟି କୋଭିଡ୍ କେୟାର୍ ହୋମ୍ ରହିଛି ।
