ବ୍ରହ୍ମପୁର : ଆଜି ବ୍ରହ୍ମପୁର ଠାରୁ ରାଉରକେଲା, ବ୍ରହ୍ମପୁର ଠାରୁ ପୁରୀ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୈରବୀ ଶକ୍ତିପୀଠ ଠାରୁ ପୁରୀ କୁ ନୂତନ ଭଲଭୋ ଯାତ୍ରା ବାହୀ ବସର ଶୁଭାରମ୍ଭ ଆଭାସି ମାଧ୍ୟମରେ କରିଛନ୍ତି ମାନ୍ୟବର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହି ଯାତ୍ରାରେ ସମସ୍ତ ଜନସାଧାରଣ ଯାତାୟତ ରେ ସହଯୋଗ ହୋଇ ପାରିବ।ଟ୍ରାଫିକ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ନିମନ୍ତେ ଏକ ସପ୍ତାହ ରହି ଥିବା ବେଳେ ଏବେ ଜନସଚେତନତା ସୃଷ୍ଟି ନିମନ୍ତେ ଏକ ମାସ କରା ଯାଇଛି। ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଓ ସଚେତନତା ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମଦ୍ୟ ପାନ ନକରି ଗଡି ଚଲାଇବା,ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ ରେ କଥା ନହେବା ଓ ଗାଡ଼ି ଚଲାଇବା ବେଳେ ରାସ୍ତା ଘାଟ ରେ ଧିର ସ୍ଥିରରେ ଗାଡ଼ି ଚଳାଇବା ଉପରେ ସଚେତନ ରହିବାକୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ,ଜିଲ୍ଲା ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ବରିଷ୍ଠ ନେତା ସୁନିଲ କୁମାର ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠରେ ହେବାକୁ ଥିବା ମହାକୁମ୍ଭ ମେଳା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶାରୁ ଯିବ ୮ଟି ବସ ଯାତ୍ରା କରିବ। ଏଥିରେ ବ୍ରହ୍ମପୁର ରହିଛି ବୋଲି ସେ କହିଛନ୍ତି। ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀ ମାନେ ଯୋଗ ଦେଉ ଥିବା ବେଳେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ଥ୍ବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।