ବ୍ରହ୍ମପୁର : ଆଜି ସ୍ଥାନୀୟ ଇଞ୍ଜିନିୟରିଂ କଲେଜ ପରିସରରେ ଗଞ୍ଜାମ ଜିଲ୍ଲାରେ ଦୁଇ ଦିନିଆ ,ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଉଦ୍ଘାଟିତ ହୋଇଯାଇଛି।
ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଯୋଗଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଦିଗପହଣ୍ଡି ଡା ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ ଖଲ୍ଲିକୋଟ ପୂର୍ଣ୍ଣ ଚନ୍ଦ୍ର ସେଠୀ , ଉପ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିର ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ ସଭାର ପରିଚାଳନା କରି ମଞ୍ଚସ୍ଥ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଏବଂ ସମୁଦ୍ର ତଟ ଯଥେଷ୍ଟ ସହାୟକ ହେତୁ ଓଡ଼ିଶାରେ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ଯୋଗଦାନ କରିଆସିଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ପାଖା ପାଖି ଏକ ଚତୁର୍ଥାଙ୍କସ ପ୍ରାଣୀ ପାଳନରୁ ମିଳିଆସିଛି। ଜିଲ୍ଲାର ଘୁମୁସୁରି ଗାଈ ପ୍ରଜାତି ଏବଂ ଗଞ୍ଜାମ ଛେଳି, ମେଣ୍ଢା ଜାତୀୟ ସ୍ଥରରେ ମାନ୍ୟତା ପ୍ରାପ୍ତ କରିଛି। ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତର ରେ ପହଞ୍ଚାଇବା ପାଇଁ ଆମ ଜିଲ୍ଲା ଅଙ୍ଗୀକାର ବଦ୍ଧ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଙ୍କ ସ୍ବାଗତ ସମ୍ଭାଷଣ ରେ ଉଲ୍ଲେଖ କରିଥିଲେ। ଗାଈ, ମଇଁଷି ,ମାଂସାଳ କୁକୁଡ଼ା, ଅଣ୍ଡା ଦିଆ କୁକୁଡ଼ା, ଛେଳି ,ମେଣ୍ଢା ,ଘୁଷୁରୀ ପାଳନରେ ଦିଆ ଯାଉଥିବା ସରକାରୀ ସହାୟତା ଆମ ଚାଷୀଙ୍କ ମନୋବଳ କୁ ସୁଦୃଢ କରିବା ସଙ୍ଗେ ସକର୍ତ୍ମକ ଭାବେ ଆଗକୁ ବଢିବାର ବାଟ ଦେଖେଇ ଆସୁଛି।
ଗ୍ରାମାଞ୍ଚଳ ର ଆର୍ଥିକ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଘର ଅଗଣାରେ କୁକୁଡ଼ା ଓ ବତକ ପାଳନ ଏକ ନିଆରା ପଦକ୍ଷେପ। ଏକ ନୂତନ ଯୋଜନା ନିମନ୍ତେ
ମୁଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା ଗୋ ବଂଶ ର ବିକାଶ ସୁରକ୍ଷା ତଥା ଦୁଗ୍ଧ ଉତ୍ପାଦନ ରେ ସ୍ବାବଲମ୍ବୀ କରିବା ପାଇଁ ଏକ ଅଭିନବ ପ୍ରୟାସ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ।
ମୂଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଆମ ଜିଲ୍ଲା ର ଚାଷୀମାନେ ସଫଳ ଉଦ୍ୟୋଗୀ ହୋଇ ଏହି ଯୋଜନା ରେ ଏକୀଭୂତ ଚାଷକୁ ପ୍ରଧ୍ୟାନ ଦେବା ପାଇଁ ବିଧାୟକ ଡ଼ା
ସିଦ୍ଧାର୍ଥ ମହାପାତ୍ର ଲୋକ ମାନଙ୍କୁ ବୁଝାଇଥିଲେ।ନୂତନ ଜ୍ଞାନ କୌଶଳ ଯୁକ୍ତ ବାୟୋ ଫ୍ଲକ ମାଛ ଚାଷ, ମାଛ ଜାଆଁଳା ଚାଷ, ଗାଁ ପୋଖରୀ ରେ ମାଛ ଚାଷ,ଏବଂ ମୁଖ୍ୟ ମନ୍ତ୍ରୀ ମତ୍ସ୍ୟ ଯିବି କଲ୍ୟାଣ ଯୋଜନା କୁ ଅଧିକ ତ୍ଵରାନିତ କରିବା ପାଇଁ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ।
ଏହି ମେଳା ର ସାର୍ଥକତା ସେତେବେଳେ ପ୍ରତିପାଦିତ ହେବ ଯେତେବେଳେ ଆମ ଚାଷୀ ମାନେ ଏଠାରୁ ମିଳୁଥିବା ବାର୍ତ୍ତା ଓ ଜ୍ଞାନ କୌଶଳ ର ସଠିକ୍ ଉପଯୋଗ କରିବେ ବୋଲି ମାନ୍ୟବର ବିଧାୟକ ଖଲ୍ଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କର ଅନୁଭବି ଭାଷଣ ରେ ଦର୍ଶାଇ ଥିଲେ ।ବ୍ରହ୍ମପୁର ଉପ ଜିଲ୍ଲାପାଳ ସରକାରୀ ଯୋଜନା ଗୁଡିକର ସଫଳ ରୂପାନ୍ତରଣରେ ଅଧିକାରୀ ମାନେ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିବାକୁ ମତ ବ୍ୟକ୍ତ କରିଥିଲେ।
ମେଳାରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଓ ମତ୍ସ୍ୟ ପାଳନ ର ବିକାଶ ପୁସ୍ତିକା ଉନ୍ମୋଚନ ହେଇଥିଲା ଏବଂ ବିଭିନ୍ନ କ୍ଷେତ୍ର ରେ ସଫଳ ହୋଇଥିବା ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସର୍ବ ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ନିମାଇ ଚରଣ ବସ୍ତିଆ ଧନ୍ୟବାଦ ଅର୍ପଣ ପୂର୍ବକ ଉଦ୍ଘାଟନୀ ସଭା ର ପରିସମାପ୍ତି ଘଟାଇଥିଲେ। ଶେଷରେ ସମସ୍ତ ମାନ୍ୟଗଣ ଅତିଥି ମେଳାର ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ। ଗଞ୍ଜାମ ଜିଲ୍ଲାର ପ୍ରାଣୀ ଓ ମତ୍ସ୍ୟ ପାଳକ ମାନେ ଏହି ମେଳାରେ ଯୋଗଦାନ କରି ଅତି ଉତ୍ସାହିତ ଥିଲେ ଏବଂ ଏହା ତାଙ୍କର ପ୍ରାଣୀ ପାଳନର ଜ୍ଞାନ କୌଶଳକୁ ବଢାଇବାର ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।