Odisha news

ନକଲି କାଗଜପତ୍ରରେ କରି ଜମି ବିକ୍ରି ନାଁରେ  ୪୧ ଲକ୍ଷ ଠକେଇ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

0
ବ୍ରହ୍ମପୁର,୨୪ା୮: ଜାଲ କାଗଜପତ୍ରରେ ଜମି ବିକ୍ରି କରି ଜଣେ ବ୍ୟକ୍ତିଙ୍କ ଠାରୁ ୪୧ ଲକ୍ଷ ୪୦ ହଜାର ଟଙ୍କା ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି ା ସେ ହେଲେ ନିଳାଞ୍ଚଳନଗର ୩ୟ ଲାଇନର ସଞ୍ଜୟ କୁମାର ବେହେରା(୪୯) ା ପୂର୍ବରୁ ଏହି ମାମଲାରେ ଗୋସାଇଁନୂଆଗାଁର କୃଷ୍ଣଚନ୍ଦ୍ର ଚୌଧୁରୀ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ା ସୂଚନାଥାଉକି, ନିଳାଞ୍ଚଳନଗର ୪ର୍ଥ ଲାଇନରେ ରହୁଥିବା ସୀମାଞ୍ଚଳ​ ସେଠୀ ଖୋଡାସିଂ ଠାରେ ଥିବା ୪୧ ଡିସିମିଲର ଏକ ଜମି କିଣିବାକୁ ରାମକୃଷ୍ଣ ସାହୁ ଏବଂ ଅଶୋକ କୁମାର ମହାରଣା ନାମକ ୨ ଜଣ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ ା ଏହି ଜମିଟି ନିଳାଞ୍ଚଳନଗର ୩ୟ ଲାଇନ ସଂପ୍ରସାରଣ ନିବାସୀ ସଞ୍ଜୟ କୁମାର ବେହେରାଙ୍କ ନାମରେ ରହିଛି ବୋଲି ଉପରୋକ୍ତ ୨ ଜଣ ବ୍ୟକ୍ତି ସୀମାଞ୍ଚଳଙ୍କୁ କହିଥିଲେ ।  ଜମି ବିକ୍ରି ବାବଦକୁ ମୋଟ ୪୧ ଲକ୍ଷ ୪୦ ହଜାର ଟଙ୍କାର  ଚୁକ୍ତି ହୋଇଥିଲା ା ୨୦୨୩ ଜାନୁଆରୀ ୨୭ ତାରିଖରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାର  ବେହେରା ଅଗ୍ରୀମ ବାବଦକୁ ସୀମାଞ୍ଚଳଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ ା ସେହିପରି ଗୋସାଇଁନୂଆଗାଁ ଦଶଘରିଆ ସାହିର କୃଷ୍ଣଚନ୍ଦ୍ର ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା ପଠାଇଦେବାକୁ ସଞ୍ଜୟ କହିଥିଲେ । ସେହିକ୍ରମରେ ସୀମାଞ୍ଚଳ ସେହି ଦିନ ମୋଟ ୬ ଲକ୍ଷ ଟଙ୍କା ଦେଇଥିଲେ ା  ୨୦୨୩ ଫେବୃୟାରୀ ୧୪ ତାରିଖ ସୁଦ୍ଧା ସଞ୍ଜୟ  ନଗଦ ଓ ଅନଲାଇନ ନେଣଦେଣ ଜରିଆରେ ମୋଟ ୪୧ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ ା ଟଙ୍କା ନେବା ପରେ ସଞ୍ଜୟ ବ୍ରହ୍ମପୁର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଯାଇ ସୀମାଞ୍ଚଳ ଓ ତାଙ୍କ ପତ୍ନୀ ରଶ୍ମୀପ୍ରଭା ସେଠୀଙ୍କ ନାମରେ ଜମିଟି ପଞ୍ଜିକୃତ କରାଇଥିଲେ। ହେଲେ କିଛି ମାସ ପରେ ବ୍ରହ୍ମପୁର ଟାଉନ ଥାନା ପକ୍ଷରୁ ଏକ ନୋଟିସ ସୀମାଞ୍ଚଳଙ୍କ ନିକଟକୁ ଆସିଥିଲା ା ସେହି ନୋଟିସର ଉତ୍ତର ଦେବାକୁ ସୀମାଞ୍ଚଳ ଓ ତାଙ୍କ ପତ୍ନୀ ଥାନାରେ ପହଞ୍ଚିବା ପରେ ସେ ଯେଉଁ ଜମିଟି କିଣିଛନ୍ତି ସେହି ଜମିର ମାଲିକ ସଞ୍ଜୟ ନୁହଁ ବୋଲି ଜାଣିବାକୁ ପାଇଥିଲେ ା ସେହି ଜମିର ପ୍ରକୃତ ମାଲିକ ସ୍ବର୍ଗତ ନରିସିଂହ ପ୍ରସାଦ ପାଢୀ ହୋଇଥିବା ବେଳେ ସେ କିମ୍ବା ତାଙ୍କ ଉତ୍ତରାଧିକାରୀ ଉକ୍ତ ଜମିଟି କେବେ କାହରିକୁ ବିକ୍ରି କରିନଥିବା ଜାଣିବାକୁ ପାଇଥିଲେ ା ଏହାପରେ ସୀମାଞ୍ଚଳ ଓ ତାଙ୍କ ପତ୍ନୀ ଠକେଇ ଓ ଷଡଯନ୍ତ୍ରର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମିର ପ୍ରକୃତ ମାଲିକ ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଛିଡା କରାଇ, ତାଙ୍କ ନାମରେ ଥିବା ଭୋଟ ପରିଚୟପତ୍ରକୁ ବ୍ୟବହାର କରି ଏହି ଜାଲିଆତି କରାଯାଇଥିବା ଜଣାପଡିଥିଲା ା ଘଟଣା ସମ୍ପର୍କରେ ସୀମାଞ୍ଚଳ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ା ମାମଲା ପରଠାରୁ ଅଭିଯୁକ୍ତ ସଞ୍ଜୟ ଫେରାର ଥିବା ବେଳେ ଗତକାଲି ପୁଲିସ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା
Leave A Reply