Odisha news

ମୁକୁଳା ଡ୍ରେନରେ ଭାସିଗଲା ୧୦ ବର୍ଷର ନାବାଳକ

0
ବ୍ରହ୍ମପୁର ତା ୨୧।୮. ବ୍ରହ୍ମପୁର ମହାନଗର ନିଗମ ରାସ୍ତା ଘାଟ ଓ ଡ୍ରେନ ସମସ୍ୟା ରହି ଥିବା ବେଳେ ଆଜି ସନ୍ଧ୍ୟାରେ ଏକ ମୁକୁଳା ଡ୍ରେନରେ ଜଣେ ନାବାଳକ ଶିଶୁ ଭାସି ଯାଇ ଥିବା ଜଣାପଡିଛି। ଏହି ଭଳି ଏକ ଘଟଣା ଘଟିଛି ଦୁଇ ନମ୍ବର ୱାର୍ଡର ଲକ୍ଷ୍ମୀନୃସିଂହ ସାହି ରେ। ସାଇ ରାମ ପାତ୍ର (୧୦) ବୟସର ଜୈନକ ନାବାଳକ ଟିଉସନ ସାରି ଘରକୁ ସାଇକେଲ ଯୋଗେ ଫେରୁଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇ ଥିଲା। ବର୍ଷା ବନ୍ଦ ହେବା ପରେ ସେ ଫେରୁଥିବା ବେଳେ ଲକ୍ଷ୍ମୀନୃସିଂହ ସାହି ୭ ନମ୍ବର ଲାଇନ ରେ ଏକ ମୁକୁଳା ଡ୍ରେନରେ ପଡି ଯାଇଥିଲା। ତାକୁ ଦେଖି ସ୍ଥାନୀୟ ଲୋକ ଉଧାର କରି ବା ନିମନ୍ତେ ଚେଷ୍ଟା କରି ଥିବା ବେଳେ ସାଇକେଲ ଟି ଉଦ୍ଧାର ହୋଇଛି। ନାବାଳକ ଜଣକ ମୁକୁଳା ଡ୍ରେନରେ ଭାଷୀ ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଧାର କାର୍ଯ୍ୟ ଜାରି ରଖି ଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିଲା। ଏହି ବୈଠକରେ ଆଗକୁ ବର୍ଷାଦିନ ଏନେଇ ବହୁ କର୍ପୋରେଟର ସହର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ‌। ସେଥି ମଧ୍ୟରୁ ମୁକୁଳା ଡ୍ରେନ ନିର୍ମାଣ ଓ ଢାଙ୍କୁଣି ଘୋଡ଼ାଇ ବା ଉପରେ ଆଲୋଚନା କରିଥିଲେ‌। ଏହି ବର୍ଷା ରିତୁରେ ବହୁ ଜନସାଧାରଣ ବିପଦ ସଙ୍କୁଳ ଅବସ୍ଥା ରେ ଡ୍ରେନ କିମ୍ବା ରାସ୍ତା ଯାତାୟତ ବହୁ ବିପଦ ସଙ୍କୁଳ ଅବସ୍ଥା ସୃଷ୍ଟି କରି ଥିଲେ। ହେଲେ ସେହି ପରି ଆଜି ଏକ ଘଟଣା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରେ। ଚିକିଟି ମଦ ବିଭିଷିକାରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଏକ ଶିଶୁ ଖାଲି ଖାଲି ରେ ଡ୍ରେନ ରେ ପଡି ଜଣେ ନାବାଳକ ପ୍ରାଣ ହରାଇଥିଲେ। ଏହି ସମିକ୍ଷା ବୈଠକ ମେୟର ଓ କର୍ପୋରେଟର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଆଜି ସନ୍ଧ୍ୟାରେ ଏହି ଭଳି ଘଟଣା ଘଟିଛି। ଆଜି ମହା ନଗର ନିଗମ ଅନ୍ତର୍ଗତ ଦୁଇ  ୱାର୍ଡର ଲକ୍ଷ୍ମୀ ନୃସିଂହ ସାହିର। ପଦାରେ ପଡିଲା ମେୟର ଓ କର୍ପୋରେଟର କାର୍ଯ୍ଯ।
Leave A Reply