Odisha news

୪ବାଇକ ଲୂଟେରା ଗିରଫ, ୯ ବାଇକ ଜବତ

0
ଵ୍ରହ୍ମପୁର ୨୮/୫- ବୈଦ୍ୟନାଥପୁର ପୋଲିସ ଏକ ୫ ଜଣିଆ ବାଇକ ଚୋର ଗ୍ୟାଙ୍ଗକୁ ଧରିଛି। ସେଥିରେ ଜଣେ ନାବାଳକ ସାମିଲ ଥିବା ପୋଲିସ କହିଛି। ପୋଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୯ଗୋଟି ଦାମୀ ବାଇକ ଜବତ କରିଛି। ଗିରଫ ୪ଜଣ ଅଭିଯୁକ୍ତ ହେଲେ ଏହି ଗ୍ୟାଙ୍ଗର ମୁଖିଆ ଖୋଢାସିଙ୍ଗିର ଶ୍ରୀଧର ବେହେରା (୧୮) , ସୁଶାନ୍ତ ଦାସ(୨୩) , ବାବୁଲା କୁମାର ଦାସ (୨୪)ଓ ସୌମ୍ୟରଂଜନ ମିଶ୍ର (୧୯)। ପୋଲିସ ଶନିବାର ମାମଲା ନମ୍ବର ୧୪୨/୨୨ ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।
ସେହିପରି ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼(ଜେଜେବି)ରେ ହାଜର କରିଛି। ପରେ କୋର୍ଟ ନିର୍ଦ୍ଦେଶ ଅନୁଯାଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଵ୍ରହ୍ମପୁର ସହର ରେ ଗତ କିଛିମାସ ଧରି ବାଇକ ଚୋର ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିଥିଲେ। ଯାହାକି ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ହୋଇଥିଲା। ଵ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ. ଏହି ବାଇକ ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ବାଇକ ଚୋରି ବେଳର ବିଭିନ୍ନ ସିସି ଟିଭି ଫୁଟେଜକୁ ଆଧାର କରି ଏହି ଚୋର ଗ୍ୟାଙ୍ଗକୁ କାବୁ କରାଯାଇଛି। ବାଇକ ଚୋରିରେ ନାବାଳକଙ୍କୁ ସାମିଲ କରାଯାଉଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି
IEC 2 years
Leave A Reply