Odisha news

ସମୁଦ୍ର କୂଳ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ।

0
ପୁରୀ: ରବିବାର ସଂଧ୍ୟାରେ ସମୁଦ୍ରକୂଳ ଥାନା ପକ୍ଷରୁ ଥାନା ପରିସରରେ  ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ
ସିଟି ଡିଏସପି ଜନାର୍ଦନ ପାଢି ଅଧ୍ୟକ୍ଷତା କରି ଥିଲେ।   ପ୍ରାରମ୍ଭରେ ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ କୁମାର ରାଉତ ସ୍ବାଗତ ଭାଷଣ ଦେବା ସହ ଆମ ପୋଲିସ ସମିତିର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଥିଲେ।
ଆମ ପୋଲିସ ସମିତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ନିକଟତର ହେବା। ପୋଲିସ ଓ ଲୋକଙ୍କ ମଧ୍ୟରେ ଯେଉଁ ଦୂରତା ରହୁଛି ତାକୁ ହ୍ରାସ କରିବା। ଲୋକଙ୍କ ଦ୍ୱାର ଦେଶରେ ପହଞ୍ଚି ସେବା ଯୋଗାଇ ଦେବା ପୋଲିସର ମୁଖ୍ୟ ଆଭିମୁଖ୍ୟ। ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନେ l ସହରରେ  ଅପରାଧୀ ଦମନ, ନିଶା କାରବାର ରୋକିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ।
ବୈଠକରେ ସିଟି ରୋଡ ଓ ଚୈତନ୍ୟ ଛକ ଟ୍ରାଫିକ ସମସ୍ୟା, ରାସ୍ତାରେ ବିଦେଶୀ ମଦ ଦୋକାନ ସମ୍ମୁଖରେ ଛିଡ଼ା ହୋଇ ମଦ୍ୟ ପାନ କରିବା। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଅଭିଯୋଗ ପାଇବା ମାତ୍ରେ ଘଟଣା ସ୍ଥଳରେ ତୁରନ୍ତ ପିସିଆର ସେବା ଯୋଗାଇ ଦେବା । ସାଧାରଣ  ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ବିଷୟରେ ଆଲୋଚନା ହୋଇ ଥିଲା। ଆଜିର ଏହି ବୈଠକରେ ବରିଷ୍ଠ ସରକାରୀ ଓକିଲ ବିଜୟ ମିଶ୍ର, ପୂର୍ବତନ ନଗରପାଳ ବିଶୁ ରାଓଙ୍କ ସମେତ ୩ ଜଣ କାଉନସିଲର,  ଆମ ପୋଲିସ ସମିତିର ୨୨ ଜଣ ସଦସ୍ୟଙ୍କ ସହ ବାଲିନୋଳିଆ ସାହି, ସିଟି ରୋଡ, ପେଣ୍ଠକଟା, ୱାଟର ୱାର୍କସ ରୋଡ ଆଦି ଅଞ୍ଚଳର ଅଧିବାସୀମାନେ ଯୋଗ ଦେଇ ସେମାନଙ୍କର ମତାମତ ଦେଇ ଥିଲେ।
IEC 2 years
Leave A Reply