Odisha news

ଗୁଳି ମାଡ଼ରେ ଜଣେ ଯୁବକ ମୃତ

0
ବ୍ରହ୍ମପୁର  :  ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ଘଟିବାରେ ଲାଗିଛି  । କେବେ ବୁଲୁଛି ଖଣ୍ଡା ତ ଆଉ କେତେ ବେଳେ ଗୁଳିମାଡ଼ । ହେଲେ ଆଜି ଏପରି ଏକ ଘଟଣା ପୁଣି ଘଟିଛି
କବିସୂର୍ଯ୍ୟନଗର ଇଲାକାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳିକରି ହତ୍ୟା । ଏପରି  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା  ଜଟେଶ୍ୱର ପୋଖରୀ ନିକଟରେ। ମୃତକ ଜଣକ ହେଲେ ତ୍ରିନାଥ ମଲ୍ଲିକ ହୋଇଥିବା ଜଣା ପଡ଼ିଛି । ଆଜି ଅପରାହ୍ନ ସମୟରେ ତ୍ରିନାଥ ଜଟେଶ୍ୱର ପୋଖରୀ ନିକଟରେ ଥିବା ମଣ୍ଡପ ଉପରେ କିଛି ଯୁବକଙ୍କ ସହିତ ବସି ତାସ ଖେଳୁଥିଲେ । ଠିକ୍ ସେଇ ସମୟରେ ଜଣେ ଅଜଣା ବ୍ୟକ୍ତି ଆସି  ତ୍ରିନାଥଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ।ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିମାଡ଼ ପରେ ସେ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ଦେଖି ସେଠାରେ ଥିବା ଲୋକେ ଧାଇବାକୁ ଲାଗିଥିଲେ । ପରେ ଗାଁ ଲୋକ ଘଟଣା ନେଇ କବିସୂର୍ଯ୍ୟନଗର ପୁଲିସକୁ ଖବର ଦେଇଥିଲେ। ଘଟଣାର ଖବର ପାଇବା ପରେ ପୁରୁଷୋତ୍ତମପୁର ଏସଡ଼ିପିଓ ଓ କବିସୂର୍ଯ୍ୟନଗର ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ। ସେଠାରୁ ତ୍ରିନାଥଙ୍କ ମୃତଦେହକୁ ଜବତ କରିବା ସହ ଗୁଳି ଫୁଟି ଥିବା ଦୁଇଟି ଖୋକା ଜବତ କରିଛନ୍ତି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ହେଲେ କିଏ ଓ କାହିଁକି ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି।
Govt
Leave A Reply