Odisha news

ଭିଜିଲାନ୍ସ ଜାଲରେ  ଆରଆଇ : ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ

0
ଫୁଲବାଣୀ ତା ୧୦/୭:- ଭିଜିଲାନ୍ସ ଜାଲରେ ପଡିଛନ୍ତି ଦିଲ୍ଲିପ ସାହୁ ନାମକ ଜଣେ  ରାଜସ୍ବ ନୀରିକ୍ଷକ। ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା କରାଇଦେବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ୍ ଅନ୍ତର୍ଗତ ଦୁର୍ଗାପଙ୍ଗା  ଆରଆଇ ଦିଲ୍ଲିପ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଆରଆଇ ଜଣଙ୍କ ଜମି ପଟ୍ଟା କାଗପତ୍ର ହସ୍ତାନ୍ତରଣ କରିବା ବାବଦରେ ବେଆଇନ ଭାବେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ  ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି   ଭିଜିଲାନ୍ସ ଟିମ ଚଢାଉ କରିଥିଲା। ଆରଆଇ ଜଣଙ୍କ ୫ ହଜାର ଟଙ୍କା ଲାଞ୍ଚ  ନେବା ବେଳେ ଟଙ୍କା ସହ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ। ଆରଆଇଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏଥି ସହିତ ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହେବା ସହ କୋଟଗଡ଼ରେ ଥିବା ଆରଆଇ ଦିଲ୍ଲିପ ସାହୁଙ୍କ ସରକାରୀ ବାସ ଭବନ  ସମେତ ନିଜ ଘର ଖଜୁରୀପଡ଼ାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ଟିମ୍।
Govt
Leave A Reply