ବ୍ରହ୍ମପୁର :-ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୂଲ ଖେଳ ପଡିଆ ଠାରେ କେସି ଇଲେଭେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ୟ ତମ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଯାଇଛି l ଆଜିର ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘ ମିତ୍ରା ଦଳେଇ, ସମାଜ ସେବି ବୁବୁ ମହାନ୍ତି, ମହିଳା ବିଜେଡି ଉପ ସଭାପତି ଶ୍ଵେତା ପ୍ରଜ୍ଞା ପଟ୍ଟନାୟକ, କର୍ପୋରେଟର ପାର୍ବତୀ ପ୍ରଧାନ, ସୁରତ କୁମାର ପଣ୍ଡା, ମଧୁସୂଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ୱଳନ କରିବା ସହ ଆଜିର ଟୁର୍ନାମେଣ୍ଟଙ୍କୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେସି ଇଲେଭେନ କ୍ରିକେଟ କ୍ଲବର ସଭାପତି ବରେଶ ମହାପାତ୍ର, ଉପ ସଭାପତି ଅନିଲ କୁମାର ପାଣିଗ୍ରାହୀ, ସମ୍ପାଦକ ହରିହର ପଣ୍ଡା, ସହ ସମ୍ପାଦକ ବଳରାମ ପଣ୍ଡା ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ l ଉପସ୍ଥିତଥିବା ଅତିଥିମାନେ ଖେଳକୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ଏହି ଖେଳ ଏକ ଭାଇଚାରlର ଖେଳ ବୋଲି ଉପଦେଶ ଦେଇଥିଲେ l ଏହି ଟୁର୍ନାମେଣ୍ଟ ୨୧ ତାରିଖ ଠାରୁ ଆରମ୍ଭ ହୋଇ ୨ ତାରିଖ ପର୍ଯ୍ୟନ୍ତ କ୍ରିକେଟ ଖେଳ ଅନୁଷ୍ଠିତ ହେବl ସହ ରାଜ୍ୟର ୮ ଟି ଦଳ ଭାଗ ନେଇଛନ୍ତି ଯଥା ଭବେନେଶ୍ୱର ସମରସେଟ ଟିମ,ବ୍ରହ୍ମପୁର ଲାଇନ୍ସ ଇଲେଭେନ ଟିମ,ଖୋର୍ଦ୍ଧାର ଯୁନାଇଟେଡ଼ ବ୍ରଦର୍ସ, କଲିକତାର ଭାସ୍କର ଇଲେଭେନ କ୍ରିକେଟ କ୍ଲବ,ଏମ ଡି ସି ସି ବ୍ରହ୍ମପୁର,ଏଫ ସି ସି ଶ୍ରୀକାକୁଲମ,ଦଶପଲ୍ଲାର ଗବର ଇଲେଭେନ ଓ କେସି ଇଲେଭେନ ବ୍ରହ୍ମପୁର ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି l ଆଜିର ଉଦଘାଟନର ପ୍ରଥମ ହାଇ ଭୋଲଟେଜ ମ୍ୟାଚ ଭୁବେନେଶ୍ୱର ସମରସେଟ କ୍ରିକେଟ କ୍ଲବ ବନାମ ବ୍ରହ୍ମପୁରର ଲାଇନ୍ସ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସମରସେଟ ଭୁବେନେଶ୍ୱର ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୧୪.୪ ଓଭର ଖେଳି ୯ ଗୋଟି ୱକେଟ ବିନିମୟରେ ୧୬୬ ରନ କରିଥିଲେ l ଦଳ ପକ୍ଷରୁ ଶୁଭମ କୀତ୍ତି ୧୯ ବଲ ଖେଳି ୫୨ ରନ ଓ ବାବୁନି ୧୮ ବଲ ଖେଳି ୪0 ରନ କରିଥିଲେ l ବ୍ରହ୍ମପୁର ଲାଇନ୍ସ ଇଲେଭେନ ପକ୍ଷରୁ ବୋଲିଙ୍ଗରେ ଛୋଟୁ ୩ ଓଭର ପକାଇ ୨୨ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ବ୍ରହ୍ମପୁର ଲାଇନ୍ସ ଇଲେଭେନ ୧୩ ଓଭର ଖେଳି ୫ ୱକେଟ ବିନିମୟରେ ୧୭୧ ରନ କରିଥିଲେ l ଦଳ ପକ୍ଷରୁ ରାଜି ୪0 ବଲ ଖେଳି ୯୧ ରନ ଓ ଅଖିଳ ୧୬ ବଲ ଖେଳି ୩0 ରନ କରିଥିଲେ l ଭୁବେନେଶ୍ୱର ଦଳ ପକ୍ଷରୁ ବୋଲିଙ୍ଗରେ ଅନିଲ କୁମାର ସେନାପତି ୩ ଓଭର ପକାଇ ୨୭ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଆଜିର ମ୍ୟାଚକୁ ବ୍ରହ୍ମପୁର ଲାଇନ୍ସ ଇଲେଭେନ ୫ ଗୋଟି ୱକେଟରେ ମ୍ୟାଚ ଜିତିନେଇଥିଲା l ଆଜିର ମ୍ୟାଚରେ ଆମ୍ପୟାର ଭାବେ ବିଜୟ ପଟ୍ଟନାୟକ ଓ ସୁବ୍ରତ ବକ୍ସି ପଟ୍ଟନାୟକ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଜଗନ୍ନାଥ ଚୌଧୁରୀ ସହ ଯୋଗ କରିଥିଲେ l