Odisha news

ଜାତୀୟ ଗ୍ରାହକ ଦିବସ ପାଳିତ

0
ବ୍ରହ୍ମପୁର : ସ୍ଥାନୀୟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଖାଦ୍ୟ ବିତରଣ ଓ ଗ୍ରାହକ କଲ୍ୟାଣ ବିଭାଗ ତଥା ମାପ ନିୟନ୍ତ୍ରକ ବିଭାଗ ମିଳିତ ଆନୁକୂଲ୍ୟରେ “ଜାତୀୟ ଗ୍ରାହକ ଦିବସ -୨୦୨୩” ନିରୀକ୍ଷଣ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି।  ଆଜି କାଲିର ଡିଜିଟାଲ ଯୁଗରେ ଉଚିତ ମାନର ଖାଦ୍ୟ ଓ ସାମଗ୍ରିକ ପରିମାପ ନିୟନ୍ତ୍ରକ ତଥା ଗ୍ରାହକ ସୁରକ୍ଷା ଏବଂ ଇ- ବାଣିଜ୍ୟକୁ ପ୍ରାଧାନ୍ୟ ଦେବା ଉପରେ ଆଇନଜୀବୀ ଟି କେ ରେଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ।ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ରହି ବର୍ଷସାରା ହୋଇଯାଇଥିବା ଖାଦ୍ୟ ସୁରକ୍ଷା ଓ ପରିମାପ ନିୟନ୍ତ୍ରକ ବିଭାଗର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ । ଡିଜିଟାଲ ଯୁଗରେ ଜନ ସାଧାରଣ ଏଥି ପ୍ରତି ଅଜ୍ଞ। ସେମାନଙ୍କୁ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ସଚେତନ କରାଇବା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଜନ ସାଧାରଣ ସ୍ବାସ୍ଥ୍ୟ ଓ ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକୀୟ ଖାଦ୍ୟ ସୁରକ୍ଷା ଆଇନକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରିବା ସହିତ ଆଜି କାଲିର ଡିଜିଟାଲ ଯୁଗରେ ଉଚିତ ମାନର ଖାଦ୍ୟ ଓ ସାମଗ୍ରିକ ପରିମାପ ନିୟନ୍ତ୍ରକ ତଥା ଗ୍ରାହକ ସୁରକ୍ଷା ଏବଂ ଇ- ବାଣିଜ୍ୟକୁ ପ୍ରାଧାନ୍ୟ ଦେବା। ଏଥି ପ୍ରତି ବିଭାଗୀୟ ପଦାଧିକାରୀ ମାନେ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ରଞ୍ଜନ ପଟ୍ଟନାୟକ,  ସୁରସେନ ଜାନି ଯୁଗ୍ମ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ,ବୀରକିଶୋର ପାଣିଗ୍ରାହୀ,ରମେଶ ଚନ୍ଦ୍ର ବେହେରା,ସମାଜସେବୀ ରବି ରାଉତ, ସୂର୍ଯ୍ୟ ନାରାୟଣ ବେହେରା,ବେଙ୍କଟ ବିହାରୀ ପ୍ରହରାଜ, ବିନୋଦ ମହାଙ୍କୁଡ, ମହେଶ୍ବର ବାଡତ୍ୟା, ଲିମ୍ବା ପାଣିଗ୍ରାହୀ, ବାସୁଦେବ ସାହୁକାର ଆଇନଜୀବୀ ଆଦିତ୍ୟ ନାୟକ ରମଣୀ ରଞ୍ଜନ ମହାନ୍ତି, ଦେବରାଜ କୋଠିଆ, ସୁବ୍ରତ ରଥ, ମିହିର କୁମାର ରଥଶର୍ମା, ଉମାକାନ୍ତ ନାୟକ, ତପନ କୁମାର ପାଢ଼ୀ, ରମେଶ ଚନ୍ଦ୍ର ସାହୁ, ନୃସିଂହ କୁମାର ସାମନ୍ତରାୟ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ଡି.କେଶବ ରାଓ, କାମେଶ୍ବର ରାଓ ପ୍ରମୁଖ ଯୋଗ ଦେଇଥିଲେ।
Leave A Reply