Odisha news

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୩ ବର୍ଷ ଜେଲ୍‌

0
ବ୍ରହ୍ମପୁର, ୨୦/୧୨ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ଅଭିଯୁକ୍ତକୁ ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ‌ଧରାକୋଟ ଥାନା ବଡ଼ଦାମଦୋର ପଲ୍ଲୀ ମିଥୁନ ସେଠୀ(୨୭) ଏହା ସହିତ ଅଭିଯୁକ୍ତଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ରହିଛି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ଏକ ମାସ ଜେଲଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ହୋଇଛି ।  ସୂଚନାଯୋଗ୍ୟଯେ, ୨୦୨୦ ଡିସେମ୍ବର ୪ ତାରିଖରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ କେହି ଅପହରଣ କରି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା ।ପୁଲିସ ତଦନ୍ତ ବେଳେ ଜଣାପଡିଲା କି ଧରାକୋଟ ଥାନା ବଡ଼ଦାମଦୋର ପଲ୍ଲୀ ଗ୍ରାମର ମିଥୁନ ସେଠୀ ନାମକ ଜଣେ ଯୁବକ ଉକ୍ତ ନାବାଳିକାଙ୍କୁ ଅପହରଣ କରିନେଇଛି ।ପୁଲିସ ଟ୍ରାକିଂ କରି ୭ ତାରିଖରେ ମିଥୁନକୁ କାବୁ କରି ପିଡିତାକୁ ଉଦ୍ଧାର କରିଥିଲା ।ପିଡିତାଙ୍କ ବୟାନକୁ ଆଧାର କରି ପୁଲିସ ଅପହରଣ ଓ ଦୁଷ୍କର୍ମ ସମେତ ଅନ୍ୟାନ୍ୟ ମାମଲା ରୁଜୁ କରି ଅଭିଯୁକ୍ତ ମିଥୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଲିସ  କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା ।  ପରେ ଏହି ମାମଲାର ବିଚାରଣା ବେଳେ ୧୧ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବାରୁ କୋର୍ଟ ଧାରା ୩୨୪  ଓ ୫୦୬ରେ  ଉପରକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ ।
Govt
Leave A Reply