ବ୍ରହ୍ମପୁର, ୫/୧୨- ଜିଲା ପ୍ରଶାସନ,ୱାନ ସ୍ଟପ ସେଣ୍ଟର ଵ୍ରହ୍ମପୁର (ସଖୀ) ଓ ନୂଆ ଦିଲ୍ଲୀର” ସମା “ର ମିଳିତ ଆନୁକୂଲ୍ୟରେ ମହିଳା ହିଂସା ଦୂରୀକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପୁରୁଷୋତ୍ତମପୁର ରଣଝାଲି ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା ସଦନରେ ଆୟୋଜିତ କର୍ମଶାଳାରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମହିଳା ନିଜେ ସଶକ୍ତିକରଣ ହୋଇଛନ୍ତି, ଏହା ସତ୍ତ୍ୱେ ଘରେ ଘରେ ମହିଳା ହିଂସାର ଶିକାର ହେଉଛନ୍ତି। ବିଭିନ୍ନ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ମହିଳାଙ୍କ ଉପରେ ଘଟି ଆସୁଛି ବୋଲି ସେ କହିଥିଲେ। ଏଣୁ ମହିଳା ପ୍ରତି ସମ୍ମାନ ଓ ସଚେତନ ସମାନ ଅଧିକାର ଏବଂ ସର୍ବପରି ସୁଯୋଗ ମିଳିବା ଦରକାର । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ହିଂସା ମୁକ୍ତ ମହିଳା ସମାଜ ଗଠନ ନିମନ୍ତେ ସବୁ ବର୍ଗର ଲୋକେ ସଂକଳ୍ପ କରିବାକୁ ହେବ ବୋଲି ସେ ଆହ୍ୱାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ସମ୍ମନିତ ଶିଶୁ ବିକାଶ ଅଧିକାରୀ ସବିତା ଚ୍ୟାଉପଟ୍ଟନାୟକ ମହିଳା ହିଂସା ମୁକ୍ତ ସମାଜ ଗଠନ ଉପରେ ଉଚ୍ଚକୋଟିର ମତ ପ୍ରକାଶ କରିଥିଲେ । ଆମେ ସମସ୍ତେ ମିଳିତ ଭାବେ କାମ କରିବା ସହିତ ନାରୀପ୍ରତି ହେଉଥିବା ହିଂସା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ହିଂସାକୁ ବନ୍ଦ କରିବା ଆବଶ୍ୟକ ବୋଲି ସେ କହିବା ସହ ସମସ୍ତେ ଏନେଇ ଶପଥ କରିବାକୁ କହିଥିଲେ।” ସମା” ତରଫରୁ ସୁଶ୍ରୀ ଶୁଭାଙ୍ଗି ସିଂ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ୱାନ ସ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ କହିଥିଲେ ଯେ, ଆମେ ସମସ୍ତେ ମହିଳା ହିଂସା ମୁକ୍ତ ସମାଜ ଗଠନ ପାଇଁ ବର୍ତ୍ତମାନ ଏକଜୁଟ ହେବା ଆବଶ୍ୟକତା ରହିଛି। ସେହିପରି ସେ ଅତିଥି ମାନଙ୍କୁ ସ୍ଵାଗତ ସାମ୍ବୋଧନା ଜଣାଇ ଥିଲେ। ଏହାକୁ କେନ୍ଦ୍ରର ତମ୍ବାଳି ନାୟକ, ଶୟନି ମଲିକ, ନିରଞ୍ଜନ ପ୍ରଧାନ, ଓ ମଧୁସ୍ମିତା ମଲିକ ପରିଚାଳନା କରିଥିଲେ। ସେହିପରି ‘ଆଇଏସଆରଡ଼ି’ ର ପ୍ରଭାତ କୁମାର ପାଢୀ , କଲ୍ୟାଣ କୁମାର ସିଂ ଓ ବଳରାମ ମଲିକ ସଂଯୋଜନା କରିଥିଲେ।