ବ୍ରହ୍ମପୁର , ୧୩/୧୧- ସାଇବର ଅପରାଧ ଓ ସୁରକ୍ଷା ଉପରେ ସଚେତନ କରିବା ପାଇଁ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ ହିଲପାଟଣା ସ୍ଥିତ ମାତୃଶ୍ରୀ ଏଙ୍ଗଲୋ ବେଦିକ (ଏମ. ଏ. ବି. ) ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଏଦିଗରେ ଅଧିକ ସଚେତନ ଓ ସତର୍କତା ରହିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵାରିକାନାଥ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଳବର ସମ୍ପାଦକ ଏମ. ବିଦ୍ୟସାଗର ସମ୍ୟକ ସୂଚନା ଦେଇ ମୁଖ୍ୟ ବକ୍ତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ସଂଚାର ବିଭାଗର ସହକାରୀ ଅଧ୍ୟାପିକା ଡ଼ା.ବନିତା କୁମାରୀ ପଣ୍ଡାଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ଜମ୍ମୁଲା ସୁରେଶ କ୍ଳବର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଶିଶୁଦିବସର ଅବ୍ୟବହିତ ପିର୍ବରୁ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଜ୍ଞାନର ଅଭ୍ୟୁଦୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମ କରାଯାଇଥାଏ ବୋଲି କହିଥିଲେ।
ଡ଼ା. ବନିତା କୁମାରୀ ପଣ୍ଡା ଇଣ୍ଟରନେଟ ଜରିଆରେ ଅଦୃଶ୍ୟ ଗ୍ୟାଙ୍ଗ କିପରି ଲୋକମାନଙ୍କୁ ତାଙ୍କ ମାୟା ଜାଲରେ ଫଶାଇଥାନ୍ତି ସେ ଦିଗରେ ପାୱାର ପଏଣ୍ଟ ଜରିଆରେ
ଜଣାଇଥିଲେ। ସମାଜର ୮୦% କିଶୋର, ଛାତ୍ର, ଛାତ୍ରୀ ସେଲ ଫୋନ ବ୍ୟବହାର କରୁଥିବା କହିଥିଲେ। ଟ୍ୱିଟର ମାଧ୍ୟମରେ ୨୩.୮%, ଫେସ୍ ବୁକ ମାଧ୍ୟମରେ, ୯୨.୬% ଭାଗ ଠକେଇର ଶିକାର ହେଉଥିବା ଜଣାଇଥିଲେ। ବିଭିନ୍ନ ସାଇବର ଅପରାଧରୁ ରକ୍ଷା ପାଇବାପାଇଁ ବଳିଷ୍ଠ ପାସୱାର୍ଡ, ଇମେଇଲ ପାସ ୱାର୍ଡ ହେବା ଉଚିତ। ଏସମ୍ପର୍କିତ କୌଣସି ଅପରାଧ ଜାଣିଲେ ତୁରନ୍ତ ସେନେଇ ସାଇବର ଥାନାକୁ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ। ସାଇବର ସୁରକ୍ଷାପାଇଁ ଫୋନ କିମ୍ବା କମ୍ପୁଟରରେ ଅନାବଶ୍ୟକ ଚାଟିଂ କରିବା ଓ ଖେଳ (ଗେମ)ଗୁଡିକୁ ଛାତ୍ରୀମାନେ ବନ୍ଦକରିବାକୁ ପଡିବ ବୋଲି ସେ ସୂଚନା ଦେଇଥିଲେ।ଏହାକୁ କ୍ଲବର ଅଧ୍ୟକ୍ଷ ଇ.ଲଷ୍ମୀ କାନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ। ସେହିପରି ମନୋଜ କୁମାର ପାଢୀ ,ଇ.ଟି.ରାଓ,ଏ.ଏସ.ଏନ.ଗୁପ୍ତା, ପି.କିରଣ କୁମାର, ସତ୍ୟକାମ ପାତ୍ର, ସହଯୋଗ କରିଥିଲେ। ପରିଶେଷରେ କେ.ନନ୍ଦେଷୁ ସେନାପତି କ୍ଳବ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
