Odisha news

ମା କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଉଦ୍ଧାର ପରେ ସିଦ୍ଧ ଦେବଜୀଉ ମନ୍ଦିରରୁ ତୋରି ହୋଇଥିବା ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର ନେଇ ଦାବି ଯୋର ଧରିଲା 

0
ଚଣ୍ଡିଖୋଲ :  ବଡଚଣା ବ୍ଳକ ଦର୍ପଣଗଡରୁ ଚୋରି ହୋଇଥିବା ମା’କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୂର୍ତ୍ତି ଉଦ୍ଧାର ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନସ୍ଥ ପାଟପୁର ସ୍ଥିତ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଚୋରି ଯାଇଥିବା ଅତି ପ୍ରାଚୀନ ତଥା ଅଷ୍ଟଧାତୁ ନିର୍ମିତ ଦୁର୍ଲଭ ମୂର୍ତ୍ତି ଉଦ୍ଧାର ନେଇ ସାଧାରଣରେ ଦାବି ଯୋର ଧରିଛି! ୨୦୨୨ ମସିହା ନଭେମ୍ବର ମାସ ୧୧ ତାରିଖ ରାତିରେ ଦୁବୃତ୍ତମାନେ ମନ୍ଦିର ତାଲାଭାଙ୍ଗି ପ୍ରାୟ ୯୦ କେଜି ଓଜନର ଓ ପାଖାପାଖି ୧୦ କୋଟି ଟଙ୍କା ମୂଲ୍ୟର ୮ଶହ ବର୍ଷ ପୁରୁଣା ଏହି ଦୁର୍ଲଭ ମୂର୍ତ୍ତି ଚୋରାଇ ନେଇଥିଲେ! ମୂର୍ତ୍ତି ଚୋରି ଘଟଣାକୁ ଇତି ମଧ୍ୟରେ ଏକବର୍ଷ ପୁରିଯାଇଛି! ହେଲେ ମହାପ୍ରଭୁଙ୍କ ଏହି ମୂଲ୍ୟବାନ ମୂର୍ତ୍ତିକୁ ଉଦ୍ଧାର କରିବା ପୋଲିସ ପକ୍ଷେ ସମ୍ଭବ ହୋଇନାହିଁ! ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି! ଇତି ମଧ୍ୟରେ ମୂର୍ତ୍ତି ଚୋରିର ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଥାନା ଅଧିକାରୀ ଓ ତତ୍କାଳୀନ ଯାଜପୁର ଏସପିଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ତଦନ୍ତ ପ୍ରକ୍ରିୟା ଦିଗହରା ହୋଇପଡିଛି ବୋଲି ମନ୍ଦିର ଟ୍ରଷ୍ଟି ଦୁଖରସହ ପ୍ରକାଶ କରିଛନ୍ତି! ମନ୍ଦିରରେ ଦିଅଁ ନଥିବାରୁ କୌଣସି ପର୍ବ ପର୍ବାଣୀ ତଥା ଶହ ଶହ ବର୍ଷର ପୁରୁଣା ଠାକୁରଙ୍କ ଚନ୍ଦନ ଯାତ୍ରା,ରଥଯାତ୍ରା,ଝୁଲଣ ଯାତ୍ରା ଇତ୍ୟାଦିର ଆୟୋଜନକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଉପାୟଶୂନ୍ୟ ଭାବେ ବନ୍ଦ କରାଯାଇଛି! ଯାହା ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଏବଂ ଐତିହାସିକ ପରମ୍ପରାକୁ ପ୍ରଭାବିତ କରିଛି! ମୂର୍ତ୍ତି ଚୋରିପରେ ୨୦୨୨ ନଭେମ୍ବର ମାସ ୧୨ ତାରିଖରେ ଟ୍ରଷ୍ଟିଙ୍କ ଏତଲାକୁ ଆଧରକରି ପୁଲିସ ଧର୍ମଶାଳା ଥାନାରେ ୬୦୯/୨୨ ନମ୍ବରରେ ଏକ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଧରିବା ବା ଚୋରି ଯାଇଥିବା ଏହି ଦୁର୍ମୂଲ୍ୟ ମୂର୍ତ୍ତିକୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ!ଘଟଣା ପରେ ଯାଜପୁରର ତତ୍କାଳୀନ ଏସପି ରାହୁଲ ପି.ଆର ଗୁରତ୍ୱର ସହ ତଦନ୍ତକୁ ଆଗକୁ ନେଉଥିଲେ! ହେଲେ ତାଙ୍କର ହଠାତ ବଦଳି ହୋଇ ଯିବାପରେ ଏହାର ତଦନ୍ତ ପ୍ରକ୍ରିୟା ଦିଶାହୀନ ହୋଇଥିବା ଅଭିଯୋଗ ହୋଇଛି! ମନ୍ଦିରର ଟ୍ରଷ୍ଟି ଇତି ମଧ୍ୟରେ ପ୍ରତ୍ନତତ୍ୱ ବିଭାଗର ଡିଜି ଏବଂ ଆଇଜି ,ସିବିଆଇର ଡିଜି ଏବଂ ଆଇଜି ,ତାମିଲନାଡୁ ସ୍ଥିତ ଆଇଡ଼ଲ ଉଇଙ୍ଗ ସିଆଇଡିର ଡିଜି ଏବଂ ଆଇଜିଙ୍କ ସହ କ୍ରାଇମବ୍ରାଞ୍ଚର ଡିଜି ଏବଂ ଆଇଜି ଏବଂ କଷ୍ଟମ ଜୋନର ଡିଜି ଏବଂ ଆଇଜି ପ୍ରମୁଖଙ୍କୁ ଚିଠିଦେଇ ଏହି ଦୁର୍ଲଭ ମୂର୍ତ୍ତି ଉଦ୍ଧାର ପାଇଁ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି! ସ୍ଥାନୀୟ ଜନସାଧାରଣ ତଥା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଷ୍ଟିରେ ରଖି ଶ୍ରୀ ସିଦ୍ଧ ବଳଦେବ ଜୀୟୁ ମନ୍ଦିରରୁ ଚୋରି ହୋଇଥିବା ଏହି ଦୁର୍ଲଭ ତଥା ମୂଲ୍ୟବାନ ମୂର୍ତ୍ତିକୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନର ଯାଜପୁର ଏସପି ଭିନିତ ଅଗ୍ରବାଲଙ୍କୁ ମନ୍ଦିର ଟ୍ରଷ୍ଟ ତଥା ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି !
Govt
Leave A Reply