ବ୍ରହ୍ମପୁର : କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମାନଙ୍କ ପକ୍ଷରୁ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଞ୍ଚ ଦଫା ଦାବି ମଧ୍ୟରେ ୨୦୧୬ ଠାରୁ ସପ୍ତମ ବେତନ ହାରରେ ଏରିଅର ପ୍ରଦାନ,ପେନସକ କର୍ପରସ ଫଣ୍ଡ ଗଠନ,ଦୁଇ ସ୍ତରରେ ବ୍ୟାଙ୍କ ବ୍ୟବସ୍ଥା,କେଡର ଫଣ୍ଡ ଆର୍ଥିକ ସହାୟତା ପୁନଃ ବିଚାର ଓ ପେକ୍ସ ଏକାଉଣ୍ଟ ଆଦି ରହିଛି।କେନ୍ଦ୍ର ସମବାୟ ବ୍ଯାଙ୍କ ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲୁଥିବା ବେଳେ ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ଟି କେନ୍ଦ୍ର ସମବାୟ ବ୍ଯାଙ୍କ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଉଦ୍ୟମରେ ସମସ୍ତ କେନ୍ଦ୍ର ସମବାୟ ବ୍ଯାଙ୍କ ୨୦୦୪ ମସିହା ଠାରୁ ଲାଭ କରି ଆସୁଛନ୍ତି। ସରକାରଙ୍କୁ ଲାଭା ପ୍ରଦାନ କରିବା ସହିତ କୋଟି କୋଟି ଟଙ୍କା ଟ୍ୟାକ୍ସ ବାବଦରେ ସରକାରଙ୍କୁ ପ୍ରଦାନ କରୁଛନ୍ତି। ସେହିପରି ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ସମବାୟ ବ୍ଯାଙ୍କ କାର୍ଯ୍ୟକାରୀ କରି ଥାଏ । ସରକାରଙ୍କ ପକ୍ଷରୁ ଖର୍ଚ ବହନ କରୁ ନ ଥିବା ବେଳେ ବ୍ଯାଙ୍କ ନିଜ ଆୟରୁ ନିଜର ସମସ୍ତ ଖର୍ଚ କରିଥାଏ । କିନ୍ତୁ ଦୁଃଖର ବିଷୟ ଯେ କର୍ମଚାରୀ ମାନଙ୍କ ସାମାଜିକ ବ୍ୟବସ୍ଥା ସହିତ ଦରମା ବୃଦ୍ଧି କରିବା କ୍ଷମତା ପରିଚାଳନା ମଣ୍ଡଳୀ ପାଖରେ ନ୍ୟସ୍ତ ଥିଲେ ମଧ୍ୟ ସରକାରଙ୍କ ବିନା ଅନୁମତି ରେ ବାଦ ଦିଆଯାଇଛି। ଏହା ଏକ ବିଚିତ୍ର ବ୍ୟବସ୍ଥା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସମବାୟ କର୍ମଚାରୀ ମାନଙ୍କୁ ୭ମ ବେତନ ୨୦୧୬ ଠାରୁ ପ୍ରଦାନ କରିବା ବଦଳରେ ୨୦୧୯ ମସିହାଠାରୁ ପ୍ରଦାନ କରାଯାଇଛି। ସେହିପରି ୨୦୧୯ ଠାରୁ ଯେଉଁ ମାନେ ବ୍ୟାଙ୍କରେ ଚାକିରି କଲେ, ସେମାନେ ଅବସର ପରେ ଇପିଫଓ ସ୍କିମ ଅଧୀନରେ ପେନସନ ପାଇବେ ନାହିଁ । ତେଣୁ ମହାସଂଘ ପକ୍ଷରୁ ସେମାନଙ୍କ ପାଇଁ ଏକ ପେନସନ ପାଣ୍ଠି ଗଠନ କରିବାକୁ ଦାବୀ କରିଆସୁଛନ୍ତି। ସରକାର ଏ କ୍ଷେତ୍ରରେ ସବୁ ଜାଣି ନୀରବ ରହିଛନ୍ତି । କେନ୍ଦ୍ର ସମବାୟ ବ୍ଯାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ଅନ୍ୟ ଏକ ଦାବୀ ଥିବା ବେଳେ ଏ ଯାବତ କିଛି ପଦକ୍ଷେପ ନିଆ ଯାଇ ନାହିଁ । ରାଜ୍ୟ ସମବାୟ ବ୍ଯାଙ୍କ ସଭାପତିଙ୍କ ନେତୃତ୍ଵରେ ସମସ୍ତ ସଭାପତି ସମବାୟ ନିବନ୍ଧକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକ କ୍ଷୁଦ୍ର କମିଟି ଗଠନ କରାଯାଇ କମିଟି ରିପୋର୍ଟ ମୁତାବକ ପ୍ରସ୍ତାବ ପାଇବା ପରେ ମହାସଂଘ ତାର ଧର୍ମଘଟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୨ ତାରିଖ କୁ ଘୁଞ୍ଚାଇ ଦେଇ ଥିଲା । ଦାବି ପୂରଣ ନହେବାରୁ ଆଜି ଠାରୁ ୩ ଦିନ ଧରି ଧର୍ମଘଟ ଅନୁଷ୍ଠିତ ହେଇଛି। ଯଦି ଏହି ଦାବୀ ପୂରଣ ନହେଲେ ନଭେମ୍ବର 14 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରାଯିବ ବୋଲି ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘ ର ସାଧାରଣ ସମ୍ପାଦକ ପବିତ୍ର ମୋହନ ପଳେଇ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଆଜିର ଏହି ଧାରଣା ରେ ସଭାପତି ରଂଜିତ କୁମାର ତରାଇ, କାଯ୍ୟକରୀ ସଭାପତି ସୁଧାଂଶୁ ଶେଖର ବିଷୋୟୀ, ସାଧାରଣ ସମ୍ପାଦକ ପବିତ୍ର ମୋହନ ପଲେଇ, ସମ୍ପାଦିକା ମଧୁସ୍ମିତା ସାହୁ, ରାକେଶ ପଟ୍ଟନାୟକ, କୋଷାଧକ୍ଷ ରାମକୃଷ୍ଣ ପାତ୍ର, ହେମନ୍ତ କୁମାର ସାହୁ, ଆଶିଷ ସାହୁ, ବଦ୍ରି ନାରାୟଣ ଦାଶ, ସରିତା ଜୟନ୍ତୀ ଦାସ, ସୁରଜ ନାୟକ ପ୍ରମୁଖ କର୍ମ କର୍ତ୍ତା ଉପସ୍ଥିତ
ଥିଲେ।
