ବ୍ରହ୍ମପୁର : ଓଡିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଟାଟା ପାୱାର ପକ୍ଷରୁ ସଂଗଠନ କର୍ମ କର୍ତ୍ତା ଙ୍କୁ ଡକାଇ ଆଲୋଚନା କରିଥିଲେ। ଟାଟା ପାୱାର ମୁଖ୍ୟ ସି.ଇ.ଓ ଅନୁପସ୍ଥିତ ଥିବା ବେଳେ ଆସନ୍ତା ୧୮ ତାରିଖ ରେ ଏହି ଆଲୋଚନା କରିବା ପ୍ରତିଶ୍ରୁତି ଦେଇଛନ୍ତି। ତେଣୁକରି ସଂଘର ନିଷ୍ପତିକ୍ରମେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସୁଗିତ ରହିଲା । ଯଦି ଏଥିରେ କୌଣସି ଫଳାଫଳ ନ ବାହାରେ ତା’ହେଲେ ପୁଣି ଆସନ୍ତା ୧୯ ତାରିଖରେ ପୂନର୍ବାର ଆନ୍ଦୋଳନ ଚାଲୁ କରାଯିବ ବୋଲି ସଂଘର କାର୍ଯ୍ୟକାରି ସଭାପତି ପଞ୍ଚାନନ ଜେନା ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି।