Odisha news

ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ, ୬ ଯୁବକ ଗିରଫ

0
ବ୍ରହ୍ମପୁର,୨୮।୨: ଦୁଇ ନାବାଳକଙ୍କ ମଧ୍ୟରେ ଝଗଡାକୁ କେନ୍ଦ୍ର କରି ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ନାବାଳକଙ୍କୁ ଅପହରଣ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ୬ ଜଣ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ କିଶୋର ନ୍ୟାୟ ବୋର୍ଡରେ ହାଜର କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ବାଉରି ସାହିର ବାବୁ ପଟ୍ଟନାୟକ(୧୮), ଦୀପକ ଦାସ(୨୫), ମନୋଜ ଦାସ(୨୦), ଦୀପ ଦାସ(୨୫), ସମୀର କୁମାର ବେହେରା(୧୮), ସୁମନ ବେହେରା(୧୮) ା ମିଳିଥିବା ସୂଚନାପ୍ରକାରେ, ଅଷ୍ଟମ ଶ୍ରେଣୀରେ ପଡୁଥିବା ସେହି ଅଞ୍ଚଳର ୨ ଜଣ ନାବାଳକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା ା ସେଥିରୁ ଜଣେ ନାବାଳକ ଘଟଣା ବିଷୟରେ ନିଜ ସାଙ୍ଗସାଥିଙ୍କୁ କହିବା ପରେ ଉପରୋକ୍ତ ୬ ଅଭିଯୁକ୍ତ ମିଳିତ ଭାବେ ବିପକ୍ଷ ଗୋଷ୍ଠୀର ନାବାଳକଙ୍କୁ ମାଡ ମରିବା ପାଇଁ ଯାଇଥିଲେ ା ହେଲେ ବିପକ୍ଷ ଗୋଷ୍ଠୀ ନାବାଳକକୁ ନପାଇ ତା’ର ବଡଭାଇର ସାଙ୍ଗକୁ ଅଭିଯୁକ୍ତମାନେ ଜୋରଜବରଦସ୍ତ ଉଠାଇ ନେଇ ଆକ୍ରମଣ କରିଥିଲେ ା ଏ ନେଇ ଥାନାରେ ଅଭିଯୋଗ ପରେ କେଶ ନଂ ୫୦/୨୨ରେ ଏକ ମାମଲା ରୁଜୁ ହୋଇଥିଲା ା ପୁଲିସ ଘଟଣାର ତଦନ୍ତ କରି ଅପହରଣ ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ା
Leave A Reply