ଵ୍ରହ୍ମପୁର ,୨୫/୬- ବଡବ୍ଜ଼ାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ନିକଟ ଧର୍ମନଗରର ବଳିଆ ସାହୁ(୩୨)ଙ୍କୁ ଗତ ୫ତାରିଖ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଘଟଣା ପରେ ଫେରାର ଥିବା ଆକ୍ରମଣକାରୀ ଯୁବକ ମାନେ ଫେରାର ହୋଇଯାଇଥିଲେ। ପୋଲିସ ସେମାନଙ୍କୁ ଶନିବାର ସନ୍ଧ୍ୟାରେ ଗିରଫ କରିଥିଲା। ଅଭିଯୁକ୍ତ ମାନେ ବଡବ୍ଜ଼ାର ଥାନା ଅନ୍ତର୍ଗତ ଲଷ୍ମୀନୃଶିହଁ ସାହିର ବଂଶୀଧର ସାହୁଓରଫ ବିକି(୨୨), ଜଗବନ୍ଧୁ ସାହିର ଲଷ୍ମୀନାରାୟଣ ବେହେରା(୨୬) ଓ ଗଣେଶ ନଗରର ରବୀନ୍ଦ୍ର କୁମାର ସାହୁ ଓରଫ ମଣ୍ଟୁ(୨୧)।
ପୋଲିସ ସେମାନଙ୍କ ନିକଟରୁ ଘଟଣା ବେଳେ ବ୍ୟବହୃତ ୨ଗୋଟି ଖଣ୍ଡା ଓ ଏକ ବାଇକ ଜବତ କରିଛି। ଅଭିଯୁକ୍ତଙ୍କୁ ଜେରା ବେଳେ କୃଷ୍ଣଚନ୍ଦ୍ର ସାହୁ ଓରଫ ଚଇ ସେମାନଙ୍କୁ ବଳିଆ ସାହୁ ଙ୍କୁ ଜୀବନରେ ମାରିଦେବାକୁ ସୁପାରି ଦେଇଥିଲା। ତାଙ୍କ ଠାରୁ ଟଙ୍କା ପାଇ ଆମେ ବଳରାମ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲୁ ବୋଲି ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡ଼ିଛି। ମମାଲ ନମ୍ବର ୧୯୬/୨୩ ରେ ଉକ୍ତ ଅଭିଯୁକ୍ତ ମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ଏଥିରେ ଅନ୍ୟ କାହାର ସମ୍ପର୍କ ଥିବା ଜଣାପଡିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଗତ ୧୦ତାରିଖରେ ଏହି ମାମଲାରେ ପୋଲିସ ମାଷ୍ଟେରମାଇଣ୍ଡ କୃଷ୍ଣ ଚନ୍ଦ୍ର ସାହୁ ଓରଫ ଚଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଘଟଣାରୁ ପ୍ରକାଶ ଯେ, ଗତ ୫ତାରିଖ ପୂର୍ବାଂହ ୧୦ ଟା’ ବଳରାମ ସାହୁ ଓରଫ ବଳିଆ ବାଲୁଙ୍କେଶ୍ୱର ମନ୍ଦିର ରୁ ଦର୍ଶନ ସାରି ଘରକୁ ଫେରୁଥିଲେ। କିଛି ଦୃବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ବଳିଆଙ୍କ ମୁଣ୍ଡ , କାନ୍ଧ ଓ ପିଠିରେ ଖଣ୍ଡା ଚୋଟ ପଡିଥିଲା।
ସ୍ଥାନୀୟ ଲୋକ ବଳିଆଙ୍କୁ ଉଦ୍ଧାର କରି ପ୍ରଥମେ ଫାଷ୍ଟଗେଟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ସେଠାରେ ବଳିଆଙ୍କ ମୃତ୍ୟୁ କାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲା।ବଳିଆଙ୍କ ମୁଣ୍ଡରେ ଏକାଧିକ ଷ୍ଟିଚ ପଡ଼ିଥିବାର ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନନ୍ତର କରାଯାଇଥିଲା। ହେଲେ ପରିବାର ଲୋକ ତାଙ୍କୁ କଟକ ବଡ ମେଡିକାଲ ନେବା ପରିବର୍ତ୍ତେ ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବଳିଆଙ୍କ ମା’ଇନ୍ଦିରା ସାହୁଙ୍କ ଅଭିଯୋଗ ଅନୁଯାଇ ପୋଲିସ ୧୯୬/୨୩ ରେ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଓ ସାଇଣ୍ଟିଫିକ ଟିମ ସହାୟତା ରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ବୋଲି କହିଛି।