ବ୍ରହ୍ମପୁର : ବ୍ରହ୍ମପୁର ସହର ଥିବା ସମସ୍ତ ମନ୍ଦିର ଓ ସାହି ସାହି ସମେତ କିନ୍ନର ଓ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଥିବା ମହିଳା ମାନେ ଏକ ତ୍ରିତ ହୋଇ ପୂଜା ଅର୍ଚ୍ଚନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ। ସ୍ଥାନୀୟ କମାପଲ୍ଲୀ ନୃସିଂହ ମନ୍ଦିର, ନୀଳକଣ୍ଠେଶ୍ବର ମନ୍ଦିର,ପାତାଳେଶ୍ବର ଜଗନ୍ନାଥ ମନ୍ଦିର, ଗଞ୍ଜାମ କଳା ପରିଷଦ ଜଗନ୍ନାଥ ମନ୍ଦିର,
ଗୋସାଇଁନୂଆଁଗାଁ ଜଗନ୍ନାଥ ମନ୍ଦିର,ଗାନ୍ଧୀ ନଗର ରାଧା କୃଷ୍ଣ ମନ୍ଦିର ,କୋର୍ଟ ପେଟା ଛକ ସ୍ଥିତ ଜଗନ୍ନାଥ ମନ୍ଦିର ଓ ଖାସପା ସାହି ଜଗନ୍ନାଥ ମନ୍ଦିର ଓ ତିନିମୂର୍ତି ଜଗନ୍ନାଥ ମନ୍ଦିର ରେ ଏହି ବ୍ରତ ପାଳନ କରିବା ପାଇଁ ମହିଳା ମାନଙ୍କ ଭିଡ ଜମିଥିଲା। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଏହି ପୂଜା ଅର୍ଚ୍ଚନା ରେ ବାଧକ ସୃଷ୍ଟି କରିଥିଲା। ଯାହା ଆମ ସନାତନ ଧର୍ମ ପରମ୍ପରା ଅନୁଯାୟୀ ସାବିତ୍ରୀ ବ୍ରତ ପୂଜା ପାଇଁ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଗତ ଏକ ସପ୍ତାହ ଧରି ଚଳଚଞ୍ଚଳ ହୋଇପଡିଥିଲା।ଶୁକ୍ରବାର ଅବସର ରେ ସାବିତ୍ରୀବ୍ରତ ପାଳନ ପାଇଁ ଓଡ଼ିଆ ଘରର ପ୍ରତ୍ୟେକ ସଧବା ସ୍ରୀ ଏହି ବ୍ରତ ପାଳନ ସ୍ବମାଙ୍କ ଦୀର୍ଘାୟୁ କାମନା କରିଥାନ୍ତି। ମହିଳା ମାନେ ଏହି ସାବିତ୍ରୀ ବ୍ରତ ପାଳନ କାହିଁ କୋଉ ଆବାହନ କାଳରୁ ପାଳନ କରି ଆସୁଛନ୍ତି । ସାବତ଼ୀ ବ୍ରତ ପାଇଁ କଳା ଚୁଡି ସହିତ କଞ୍ଚା ମୁଗଡାଲି,ଆମ୍ବ,ପଣସ,ତାଳ, ଖଜିରିକୋଳି,ନଡିଆ,କଦଳୀ,
ସପୁରୀ,ଆପଲ,ଅଙ୍ଗୁର ଭଳି ବିଭିନ୍ନ ପ୍ରକାର ଫଳ ଓ ପୂଜା ସାମଗ୍ରୀ ନେଇ ପୂଜା ଅର୍ଚ୍ଚନା କରି ସ୍ବମି ଙ୍କୁ ଦୀର୍ଘାୟୁ କାମନା କରିଥିଲେ।