Odisha news

ଠାକୁରାଣୀ ଯାତ୍ରା ୨୫ ଦିନରେ ସାହି ପରିକ୍ରମା ଓ ଲଣ୍ଡା ବେଶ ମୁଖ୍ୟ ଆକର୍ଷଣ

0
ବ୍ରହ୍ମପୁର  : ବିଶ୍ବ ପ୍ରସିଦ୍ଧ  ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ଶ୍ରଧାଳୁ ଭକ୍ତଙ୍କ ଭିଡ ଥିବା ବେଳେ ଯାତ୍ରା ୨୫ ଦିନରେ ପହଞ୍ଚିଛି। ଯାତ୍ରା ନିମନ୍ତେ ଅସ୍ଥାୟୀ ମନ୍ଦିର ସମେତ ରଥ ଓ କଳାକୁଞ୍ଜକୁ ଦେଖି ବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ହେଉ ଥୀବା ଦେଖିବାକୁ ମିଳିଛି। ମା ଙ୍କୁ ଦର୍ଶନ କରିବା ମାନସିକ ଧାରୀ ଭକ୍ତଙ୍କ ବିଭିନ୍ନ ବେଶ ଓ ମା ନିକଟରେ ପ୍ରାର୍ଥନା ମାନସିକ ଥିବା ଭକ୍ତଙ୍କ ବେଶ ଆକର୍ଷଣୀୟ କରିଛି। ଘଟ ଯାତ୍ରା ରେ ଜାଣ୍ଡୁ ବେଶ  ବେଶ ଆକର୍ଷଣୀୟ ହୋଇ ଥିବା ବେଳେ ରଥ ଓ କଳାକୁଞ୍ଜ କୁ ଉନ୍ମୋଚନ ଯାତ୍ରା ର ମହଲ ଭକ୍ତଙ୍କୁ ଉଦଯୀବିତ କରିଛି।
ତାପମାତ୍ରା ଥୀବା ବେଳେ ପ୍ରବଳ ଗହଳିରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ପୂଜା ଅର୍ଚ୍ଚନା ପରେ ଆରତି କରାଯାଉଛି।  ପୁଣି ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା। ମା ଭୋଗ ଲାଗି କରାଯାଇଥିଲା। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ନିଜ ର ଦୁଃଖ ଜଣାଇବା ପାଇଁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ପ୍ରବଳ ଭିଡରେ ଅସ୍ତବ୍ୟସ୍ତ ହୋଇ ଯାଉଛନ୍ତି। ବିଶ୍ବପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ମାଙ୍କ ଘଟ ପରିକ୍ରମା ପରମ୍ପରା ଅନୁଯାୟୀ ବାପା ଘରୁ ଘଟ ଧରି ସାହି ପରିକ୍ରମା ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରାଜ ବାଟି ରେ ପୁଜା ଅର୍ଚ୍ଚନା ପରେ ବଡବଜାର, ଚନ୍ଦ୍ରମା ସାହି ଦେଇ ବାଲ୍ମିକୀ ପେଟା ସାହି, ଗୋବର୍ଧନ ପେଟା ସାହି, ଆଡୁଆ ସାହି, ବାରିହା ବିଲ ସାହି ପରେ କପିଳେଶ୍ବର ପେଟା ସାହି ଓ ଦେଶୀ ବେହେରା ସାହି ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ।
Leave A Reply