Odisha news

ରାସ୍ତା ନିର୍ମାଣ ବା ମରାମତି ପାଇଁ ସରକାର କେତେ ତତ୍ପର : ଖୁଣ୍ଟାପୁର-ପଣସିଆ ରାସ୍ତା ତାର ଉଦାହରଣ

0
ବେତନଟୀ : ସାରାଦେଶରେ ବା ରାଜ୍ୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହେବାପରେ ଗ୍ରାମାଞ୍ଚଳରେ ଏହା କିପରି ରୂପାନ୍ତରିତ ହେଉଛି, ଠିକାଦାର କିପରି କାମ କରୁଛି, ପାଞ୍ଚବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ହେଉଛି କି ନାହିଁ, ଏ ସବୁ ଦେଖିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ। ଫଳରେ ଅଳ୍ପ କିଛି ଦିନ ପରେ ଏହି ରାସ୍ତାଗୁଡିକ ର ଅବସ୍ଥା ଏମିତି ଖରାପ ହୋଇ ଯାଉଛି ଯେ ବିନା ମରାମତିରେ ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହାର ନଗ୍ନ ଉଦାହରଣ ପାଲଟିଛି ଖୁଣ୍ଟାପୁର-ଅସ୍ତପୁରା ଗ୍ରାମ୍ୟ ସଡ଼କ । ପଣସିଆ-ଝିଙ୍କିରିଆ ରାଜ୍ୟ ରାଜପଥ  ଅଧିନ  ଖୁଣ୍ଟାପୁର ସ୍କୁଲ ଛକ ଠାରୁ ଅସ୍ତପୁରା ନିକଟରେ ବୈଶିଙ୍ଗା -ରୁପସା ଏମ଼.ଡି.ଆର..୭୦କୁ ସଂଯୋଗ କରୁଥିବା ଦେଢ କି.ମି.ରାସ୍ତା ଟିକୁ ପ୍ରାୟ ୨୫ ବର୍ଷ ତଳେ ପିଚୁ ରାସ୍ତା ତିଆରି କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତାରେ ବଡ ବଡ ମେଟାଲ ସବୁ ଉଠିଯାଇ ରାସ୍ତାରେ ବିଛୁଡି ହୋଇପତି ଥିବାରୁ ଗାଡି,ବାଇକ୍ ଚାଲିବା ତ ଦୂରର କଥା ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି।  ଏହି୨୫  ବର୍ଷ ମଧ୍ୟରେ କେତେ ସାଂସଦ, ବିଧାୟକ ଓ ସରପଞ୍ଚ ନିଜର ଦାୟିତ୍ଵ ନିଭାଇ ବିଦାୟ ହୋଇଯାଇଛନ୍ତି, ମାତ୍ର ଏହି ରାସ୍ତା ପ୍ରତି କାହାରି ଦରଦ ଥିବା ଭଳି ପରିଲକ୍ଷିତ ହୋଇନାହିଁ। ପୂର୍ଵ ବିଜେଡି ସାଂସଦ ରବିନ୍ଦ୍ର ଜେନା ନିର୍ବାଚନ ପୂର୍ବରୁ ଓ ପରେ ଏହି ରାସ୍ତାର ପୁନରୁଦ୍ଧାର କରିବାର ଦୃଢ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ସେହି  ପ୍ରତିଶୃତିରେ ରହିଗଲା। ପୂର୍ବ ବିଧାୟକ ଗଣେଶ୍ଵର ପାତ୍ର ମଧ୍ୟ ତଦନୁରୂପ ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନର ବିଜେପି ବିଧାୟକ ସନାତନ ବିଜୁଳି ଓ ବିଜେପିର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଚାରିବର୍ଷ ବିତି ଗଲାଣି ତଥାପି କୌଣସି ସୁଫଳ ମିଳିନାହିଁ। ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷରୁ କମ ଅଛି, ଦେଖିବାକୁ ବାକି ରହିଲା କେଉଁଦିନ ପ୍ରତିଶୃତି ପୂରଣ କରୁଛନ୍ତି।  ପ୍ରକାଶ ଥାଉକି ଏହି ରାସ୍ତା ପାଇଁ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ୩/୪ ଖଣ୍ଡ ଗ୍ରାମର ଲୋକମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ବେଳେ ରାଜନେତା ମାନେ ନିର୍ବାଚନ ପରେ ଦାବୀ ପୂରଣ କରିବାର ପ୍ରତିଶୃତି ପରେ ସେମାନେ ସେଥିରୁ ଓହରି ଯାଇଥିଲେ। ଆଗକୁ ପୁଣି ନିର୍ବାଚନ ଆସୁଛି ଦେଖାଯାଉ କଣ ସବୁ ହେଉଛି ।

Leave A Reply