Odisha news

ଜି ୨୦ ଶିକ୍ଷା କାର୍ଯ୍ୟକାରୀ କମିଟି ର କୋଣାର୍କ ପରିଦର୍ଶନ

0

ଶୁକ୍ରବାର ଅପରାହ୍ନରେ ଜି ୨୦ ଶିକ୍ଷା କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ କୋଣାର୍କ ପରିଦର୍ଶନ କରିଛନ୍ତି। ଜି ୨୦ ରାଷ୍ଟ୍ର ସମିତିର ଭାରତ ଚଳିତ ବର୍ଷ ପ୍ରତିନିଧିତ୍ଵ କରୁଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଅନେକ ବିଷୟବସ୍ତୁକୁ ନେଇ ୨୦ଟି ଦେଶର ପ୍ରତିନିଧି ମାନଙ୍କ ମଧ୍ୟରେ ଭାବ ବିନିମୟ ଓ ସମ୍ପର୍କ ମଜବୁତ କରିବା ବେଇ ସରକାରଂକ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ଜି ୨୦ ଶିକ୍ଷା  କାର୍ଯ୍ୟକାରୀ କମିଟିର ଏକ ପ୍ରତନିଧି ମଣ୍ଡଳୀ କୋଣାର୍କ ପରଦର୍ଶନ କରିଛନ୍ତି। ୨୦ ପ୍ରତିନିଧିତ୍ଵ ଦେଶର ସଦସ୍ୟ ମାନଙ୍କ ସହ ଅନ୍ୟ ୨ ଅତିଥି ଦେଶର ୮୫ଜଣ ସଦସ୍ୟ ମାନେ ପ୍ରଥମେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ କରାଯିବା ସହିତ ପାରମ୍ପରିକ ଓଡ଼ିଶୀ ଓ ନାଗା ନୃତ୍ୟ ସହ ସ୍ବାଗତ କରଯାଇଥିଲା। ଇଣ୍ଡିଆନ ଅଏଲ କର୍ପୋରେସନ ବ୍ୟାଖ୍ୟାନ କେନ୍ଦ୍ରରେ ପ୍ରତିନିଧି ପ୍ରଥମେ ବୁଲି ଦେଖିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସୂର୍ଯ୍ୟ ମନ୍ଦିର କଳାକୃତି ଦେଖି ଗାଇଡ ମାନଙ୍କ ସହାୟତରେ ଐତିହ୍ୟ ଜାଣିବା ପରେ ବିଭିନ୍ନ ଦେଶର ପ୍ରତିନିଧି ମାନେ ଖୁସିବ୍ୟକ୍ତ ପ୍ରକାଶ କରିଥିଲେ। ଶେଷରେ ସୂର୍ଯ୍ୟ ମନ୍ଦିର ଉପରେ ପର୍ଯ୍ୟବେସିତ ଶବ୍ଦ ଓ ଆଲୋକ ମାଧ୍ୟମରେ ମନ୍ଦିର ଇତିହାସ ଓ ପୌରାଣିକ ତଥ୍ୟ ଊପରେ ଉପଭୋଗ କରିଥିଲେ। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଅଦ୍ଭୂତ ଅତିଥେୟତା ପ୍ରଦାନ କରାଯାଇଥିଲା।

Govt
Leave A Reply