Odisha news

ଭରତପୁର ଠାରେ ପର୍ଯ୍ୟାବରଣ ମଂଚ ଓଡିଶା ବିଏମ୍‌ଏସ୍ ପକ୍ଷରୁ ଜାଗରଣ କାର୍ଯ୍ୟକ୍ରମ

0

ତାଳଚେର, ୨୮/୦୪ ତାଳଚେର ବ୍ଲକ ଭରତପୁର ସ୍ଥିତ କଲୋନୀ ଓ ମେଟି ଠାରେ ପର୍ଯ୍ୟାବରଣ ମଂଚ ଓଡିଶା ବି.ଏମ୍‌.ଏସ୍‌. ପକ୍ଷରୁ ପର୍ଯ୍ୟାବରଣ ଜାଗରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ  କାର୍ଯ୍ୟକ୍ରମରେ ଓଡିଶା ସଂଯୋଜକ ଶ୍ରୀନିବାସ ଖୁଂଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ୍ ର ବ୍ୟବହାର ନକରି ହାଟ ବଜାରରୁ ଜିନିଷ କ୍ରୟ ବେଳେ ବ୍ୟାଗ୍ ଧରି ମାର୍କେଟିଂ କରିବା ଉପରେ ସଚେତନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀରାଣୀ ବରାଳ ଯୋଗଦେଇ ଜଳର ସଂରକ୍ଷଣ, ସର୍ବନିମ୍ନ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ବାଦଲ ମହାରଣା ଯୋଗଦେଇ ଗ୍ଲୋବାଲ୍ ୱାର୍ମିଂ ବିଷୟ ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ବିଭାଗ ପ୍ରମୁଖ ସୁରଭି ସ୍ୱାଇଁ ପ୍ରତିଭାଗୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜି ସମଗ୍ର ଭାରତରେ ଜି-୨୦ ଆଧାରିତ ଏଲ୍‌-୨୦ ର ଗୋଟିଏ ବିଭାଗ ପର୍ଯ୍ୟାବରଣ ସଚେତନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ନିଷ୍ପତିକ୍ରମେ ସମଗ୍ର ସମାଜକୁ ଜାଗୃତ କରାଇବାର ଯୋଜନାକ୍ରମେ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା ।

Leave A Reply