Odisha news

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ତାଲିକାରେ କ୍ରୀଡା ଶିକ୍ଷକଙ୍କ ସମ୍ପତ୍ତି ୪.୬୭କୋଟି

0

ଵ୍ରହ୍ମପୁର  ୫/୭- ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ (ପି ଇଟି ) ଦନାର୍ଦନ ସାହୁଙ୍କ ଵ୍ରହ୍ମପୁର ଅନନ୍ତ ନଗର ବାସଭବନରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୧୩ଟି ଟିମ୍‌ ଏକକାଳୀନ ୧୩ଟି ସ୍ଥାନରେ ଚଢ଼ଉ କରିଛି। ବ୍ରହ୍ମପୁର ଅନନ୍ତନଗରସ୍ଥିତ ତିନି ମହଲା କୋଠା , ଅନନ୍ତ ନଗର ତୃତୀୟ ଲାଇନରେ ଦନାର୍ଦନ , ତାଙ୍କ ସ୍ତ୍ରୀ କୁନ୍ତଳା କୁମାରୀ ସାହୁ ଓ ପୁଅ ଅମିତ କୁମାର ସାହୁଙ୍କ ନାମରେ ଥିବା  ଦୁଇ ମହଲା କୋଠା, ଜୟନ୍ତୀପୁର  ଦନାର୍ଦନଙ୍କ ବାପା ସ୍ବର୍ଗତ ଶ୍ୟାମଘନ ସାହୁ ସମେତ ଜୟନ୍ତୀପୁରରେ ଅମିତଙ୍କ ନାମରେ ଥିବା କୁନ୍ତଳ କିଷାନ ସେବା କେନ୍ଦ୍ର ନାମକ ଏକ ପେଟ୍ରୋଲ ପମ୍ପ , ଦନାର୍ଦନଙ୍କ ନାମରେ ଜୟନ୍ତୀ ପୁରରେ ଥିବା ୪ଗୋଟି ଦୋକାନ ଘର , ଦୁଇ ମହଲା ଘର  ଜେହୁଁଠି ପୋଷ୍ଟ ଅଫିସ ଚାଲିଛି , ବଲରାମପୁରରେ ଦନାର୍ଦନଙ୍କ ନାମରେ ଥିବା ମାର୍କେଟ କମ୍ପ୍ଲେକ୍ସ  ଜୟନ୍ତୀପୁର ଥିବା ଏକ ଗୋଦାମ,  ଜୟନ୍ତୀପୁର  ଦନାର୍ଦନନଜ ସାଙ୍ଗ ଦୁର୍ଯ୍ୟଧନ ସେଠୀଙ୍କ ନାମରେ ଥିବା ଶ୍ୟାମଘନ ଗ୍ୟାସ ଏଜେନ୍ସି , ଦୁର୍ଯ୍ୟଧନ ସେଠୀଙ୍କ ବାସଭବନ   , ଦନାର୍ଦନଙ୍କ ବଡ ଭାଇ  କୃଷ୍ଣ ଚନ୍ଦ୍ର ସାହୁଙ୍କ ଜୟନ୍ତିପୁର ସ୍ଥିତ ବାସଭବନ , ତାଙ୍କ ପୁତୁରା ଗଣେଶ ସାହୁଙ୍କ ଜୟନ୍ତିପୁରସ୍ଥିତ ବାସଭବନରେ  ଏକକାଳୀନ ଚଢ଼ଉ କରାଯାଇଛି।

ପ୍ରାଥମିକ ଯାଞ୍ଚ ସରିବା ପରେ ଭିଜିଲାନ୍ସ ବିଭାଗ ଦନାର୍ଦନସାହୁଙ୍କ ନାମରେ ୪କୋଟି ୬୭ ଲକ୍ଷ ୭୦ହଜାର ୮୬୫ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ନେଇ ତାଲିକା ପ୍ରସ୍ତୁତ କରିଛି। ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଶୁକ୍ରବାର  ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଭିଜିଲାନ୍ସ ଟିମ୍‌  ଦନାର୍ଦନ ସାହୁଙ୍କ ବ୍ୟାଙ୍କ ଜମା, ଜମି, ଘର ସହିତ ଅନ୍ୟାନ୍ୟ ସମ୍ପତ୍ତି ଉପରେ ତଥ୍ୟ ବାହାର କରି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଛନ୍ତି। ଆସନ୍ତା କାଲି କ୍ରୀଡା ଶିକ୍ଷକଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଏସପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply