ବେଲଗୁଣ୍ଠା-୨୬/୨-ପ୍ରତୀକ୍ଷିତ ପୌର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି ।ବେଲଗୁଣ୍ଠା ଏନଏସିରେ ବିଜେଡିର ତାର ଆଧିପତ୍ୟ ଜାହିର୍ କରି ଅଧ୍ୟକ୍ଷ ପଦରେ ବିପୁଳ ବିଜୟ ହାସଲ କରିଛି ।ବିରୋଧିଙ୍କୁ ମାତ୍ ଦେଇ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ ସେଠୀ ୩୪୦୧ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ତ୍ରିସ୍ତରୀୟ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ବିଜେଡି ର ଫିରୋଜ ସେଠୀ ୪୫୦୦ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିବା ବେଳେ ବିଜେପିର ମହେନ୍ଦ୍ର ବେହେରା ଦଳର ୧୦୯୯ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ କଂଗ୍ରେସର ମନୋଜ ବେହେରା ୪୧୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।୬୭ ଜଣ ଭୋଟର ନୋଟାରେ ମତଦାନ କରିଥିଲେ ।ଫଳରେ ବିଜେଡି ଏକତରଫା ଭାବେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ହାତେଇଛି ।
ସେହିପରି କାଉନସିଲର ପଦବୀ ପାଇଁ ଏହି ଏନ୍ଏସିର ୧୩ଟି ୱାର୍ଡରୁ ୯ଟି ୱାର୍ଡରେ ପ୍ରଥମରୁ ଅପ୍ରତିଦ୍ଵନ୍ଦୀ ଭାବେ ବିଜୁ ଜନତା ଦଳ ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଅନ୍ୟ ୪ ଟି ୱାର୍ଡରେ ମଧ୍ୟ ବିପୁଳ ବ୍ୟବଧାନରେ ବିଜେଡି ବିଜୟ ଲାଭ କରିଛି ।ୱାର୍ଡ ନମ୍ବର ୫ ରେ ବିଜେଡି ପ୍ରାର୍ଥୀ କାହ୍ନୁଚରଣ ସାହୁ ୪୯୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସର ବସନ୍ତ କୁମାର ପଟ୍ଟନାୟକ ୮୬ ଭୋଟ ପାଇଛନ୍ତି ।ୱାର୍ଡ ନମ୍ବର ୯ରେ ବିଜେଡି ପ୍ରାର୍ଥୀ ଏ.ଦିଲିପ୍ କୁମାର ଆଚାରୀ ୩୦୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ପି.ପ୍ରମୋଦ କୁମାର ଆଚାରୀ ୧୦୭, କଂଗ୍ରେସର ଅଶ୍ୱିନୀ କୁମାର ଦାଶ ୧୯ ଟି ଭୋଟ ପାଇଛନ୍ତି ।
ତେବେ ପ୍ରତିଦ୍ବନ୍ଦିତା ଥିବା ଦଶ ନମ୍ବର ୱାର୍ଡରେ ବିଜେଡିର କେ.ସୁଜ୍ୟୋତି ସୁବୁଦ୍ଧି ୨୫୮ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ଲଢୁଥିବା ସରଜୁ ସାହୁ ୧୭୮ ଭୋଟ ପାଇଥିବା ଜଣାପଡିଛି । ସେହିପରି ୧୩ ନମ୍ବର ୱାର୍ଡରେ ବିଜେଡିର ୩୪୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ପ୍ରେମଲତା ଡାକୁଆ ୧୬୯ ଭୋଟ ପାଇଛନ୍ତି । ଫଳରେ ପ୍ରଥମ ଥର ପାଇଁ ବେଲଗୁଣ୍ଠା ରାଜନୀତି ଇତିହାସରେ ବିଜୁ ଜନତା ଦଳ ୧୩ ରୁ ୧୩ ୱାର୍ଡରେ ବିଜୟୀ ହୋଇ କ୍ଲିନ୍ ସୁଇପ୍ କରିଛି । ଏହି ବିଜୟର ସମସ୍ତ ଶ୍ରେୟ ବେଲଗୁଣ୍ଠା ବିଜେଡି ସଭାପତି ରବିନ୍ଦ୍ରନାଥ ମହାପାତ୍ର ଙ୍କ ସମୟାନୁରୁପୀ ରଣକୌଶଳ ଓ ସୁଚିନ୍ତିତ ଯୋଜନା ସହିତ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଲୋକପ୍ରିୟତା କୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।
ପ୍ରକାଶ ଥାଉ ପୁର୍ବରୁ ନଗରପାଳ ଥିବା ଶ୍ରୀ ମହାପାତ୍ର ନିର୍ବାଚନ ପୁର୍ବରୁ ବେଲଗୁ୍ଣ୍ଠା ବିଜେପିର ଯୁବ ସଂଗଠକ ତଥା ପୁର୍ବତନ କାଉନସିଲର ଭ୍ରାତା ଲିଙ୍ଗରାଜ ପାତ୍ର ଓ ଜତିନ କୁମାର ପାତ୍ରଙ୍କୁ ବିଜେଡି କୁ ଆଣିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।ବେଲଗୁଣ୍ଠା ସହରରେ ପ୍ରାୟ ୮ ଟି ୱାର୍ଡରେ ଲୋକପ୍ରିୟ ଥିବା ଲିଙ୍ଗରାଜ ପାତ୍ର ବିଜେଡିକୁ ଆସିବା ପରେ ପ୍ରାୟ ୭ ଟି ୱାର୍ଡରେ ବିରୋଧୀ ପ୍ରାର୍ଥୀ ଦେଇପାରିନଥିଲେ ଏବଂ ବିଜେଡିର କ୍ଲିନ୍ ସୁଇପ୍ କରିବା ସହଜ ହୋଇଥିଲା ।ବେଲଗୁଣ୍ଠା ସହରର ପ୍ରମୁଖ ନେତୃବୃନ୍ଦ ତଥା ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସଂଗଠକ ଭି .ଦେବୀ ପ୍ରସାଦ ପାତ୍ର, ଜିତେନ୍ଦ୍ର ସୁବୁଦ୍ଧି, ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି,ଡାଃ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ପଣ୍ଡା,ଯୁବ ନେତା ଦିବ୍ୟ ରଞ୍ଜନ ଦାଶ, ମଣ୍ଟୁ ମହାପାତ୍ର ଓ ନିଳାଞ୍ଚଳ ସାହୁ ପ୍ରମୁଖ ନିର୍ବାଚନରେ ବିଜେଡ଼ିକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।