ବେଲଗୁଣ୍ଠା,27/02,ଆଜି ଗଣତିର ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ଖଇରପୁଟି ପଞ୍ଚାୟତରେ ବିଜେପି ପଞ୍ଚାୟତକୁ ବିଜେଡ଼ି ହାତରୁ ଛଡ଼ାଇ ଆଣିବାରେ ସଫଳ ହୋଇଛି I ଆଜି ଗଣତି ପରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସତ୍ୟବାନ ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରତିମା ଜେନାଙ୍କ ଠାରୁ 752 ଭୋଟରେ ବିଜୟୀ ହୋଇଥିବା ବେଳେ ସମିତିସଭ୍ଯା ପ୍ରାର୍ଥୀନୀ ଶାନ୍ତି ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦନା ନାଇକଙ୍କ ଠାରୁ 782 ଭୋଟ ରେ ବିଜୟୀ ହୋଇଥିବା ଜଣାପଡିଛି I