Odisha news

ଅତ୍ୟଧିକ ଥଣ୍ଡା ରେ ବିୟର ସେବନ କରିବା କାହିଁକି ଉଚିତ ନୁହେଁ

0

ସାଧାରଣ ଭାବରେ ଆମେ ଜାଣିଥାଉ ଯେ ଗରମ ଦିନରେ ଲୋକେ ବିୟର ସେବନ କରନ୍ତି, କୁହାଯାଏ ଯେ ଗରମ ଦିନରେ ବିୟର ପିଇବା ଦ୍ୱାରା ଏହା ଶରୀରକୁ ଥଣ୍ଡା ରଖିଥାଏ, ଶୀତଋତୁ ଆସିବା ମାତ୍ରକେ ତାପମାତ୍ରା ହ୍ରାସ ପାଇବାରେ ଲାଗିଥାଏ, ଯେଉଁ କାରଣରୁ ଲୋକେ ବିଭିନ୍ନ ପ୍ରକାରର ଗରମ ପାନୀୟ ସେବନ କରନ୍ତି l
ଏବଂ ବିଭିନ୍ନ ପ୍ରକାରର ମଦ୍ୟପାନ ମଧ୍ୟ ଶୀତଋତୁ ରେ କରି ଥାଆନ୍ତି, ଏହାଛଡା ବିୟର ମଧ୍ୟ ଶୀତ ଦିନରେ ସେବନ କରିବାକୁ ଭୁଲାନ୍ତି ନାହିଁ l କିନ୍ତୁ ଅନେକ ସମୟ ରେ ପ୍ରଶ୍ନ ଉଠିଥାଏ ଯେ କଣ ବିୟର ସେବନ କରିବା ଥଣ୍ଡା ଦିନରେ ଆବଶ୍ୟକ l
ବିୟର ଗୋଟିଏ ପ୍ରକାରର ଆଲକୋହଲ ଡ୍ରିଂକ୍ସ ଅଟେ, ଯାହାକୁ ଲୋକେ ସାଧାରଣ ଭାବରେ ଗ୍ରୀଷ୍ମ ଋତୁରେ ସେବନ କରି ଥାଆନ୍ତି, କୁହନ୍ତି ଯେ ଏହାଦ୍ୱାରା ଶରୀର ଥଣ୍ଡା ରହିଥାଏ l କିନ୍ତୁ ଥଣ୍ଡା ଦିନରେ ବିୟର ର ପ୍ରଭାବ ଅଲଗା ହୋଇଥାଏ, ଶୀତଋତୁ ରେ ଶରୀରର ତାପମାତ୍ରା ପୂର୍ବ ଅପେକ୍ଷା କମ ରହିଥାଏ, ଏବଂ ବିୟର ସେବନ ଦ୍ୱାରା ଟେମ୍ପରେଚର ଆହୁରି ଅଧିକ ହ୍ରାସ ହୋଇଥାଏ l ଏବଂ ଶରୀରର ତାପମାତ୍ରା କୁ ସାମାନ୍ୟ ରଖିବାରେ ଅସୁବିଧା ହୋଇଥାଏ , ତେଣୁ ଶୀତଋତୁ ରେ ବିୟର ପିଇବା ଉଚିତ ନୁହେଁ ବୋଲି ଗବେଷକ ମାନେ କହି ଥାଆନ୍ତି l
ଯଦିବି ଆମେ ସେବନ କରୁଚୁ ତେବେ ଶରୀରରେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ l ଯେପରିକି ଛତିରେ କଫ ଜମିବା, ଅଧିକ ଥଣ୍ଡା ଲାଗିବା, ନାକରୁ ପାଣି ବୋହିବା ଇତ୍ୟାଦି l

Nalco
Leave A Reply