Odisha news

୩୩ ତମ ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ : ସେର ସା ବିଳାସପୁର ବିଜୟୀ        

0

ନୂଆପଡ଼ା -୯/୧ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳ  ଅଭା ଟାଇଗର  ସମ୍ୱଲପୁର ଓ ସେର ସା ବିଳାସପୁର  ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସେର ସା ବିଳାସପୁର  ବିଜୟୀ ହୋଇଛି। ବିଲାସପୁର  ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୦ ଓଭର ରେ ୧୦ ୱିକେଟ ବିନିମୟରେ ୨୨୭ ରନ ଲକ୍ଷ ଦେଇଥିଲେ। ଏହାର ଜବାବ ରେ ଅଭା ଟାଇଗର  ସମ୍ୱଲପୁର ୧୬ ଓଭାର ୦୫ ବଲ  ରେ ସମସ୍ତ ୱିକେଟ ହରାଇ ୧୧୧ରନ ସଂଗ୍ରହ କରିଥିଲେ। ୧୧୬ ରନ ରେ  ବିଲାସପୁର ବିଜୟୀ ହୋଇଛନ୍ତି।ଚତୁର୍ଥ ଦିନ ଖେଳ ରେ ଅତିଥି ଡ଼କ୍ଟର ବିଜୟ ପାଣିଗ୍ରାହୀ,  ନୂଆପଡା ଥାନା ଅଧିକାରୀ ଗଙ୍ଗାଧର ମେହେର, ଜିଲ୍ଲା ପରିଷଦ ଭରତ ଲାଲ ରାଉତ, ଭାନୁ ପ୍ରତାପ ସିଂ ମାଝୀ, ବ୍ଲକ ଉପାଧ୍ୟକ୍ଷ ଦିଲୀପ ନିର୍ମଲକର, ମହେଶ ନିଆଲ ଯୋଗ ଦେଇଥିଲେ। ଏମ୍ପାୟର  ବିଶ୍ୱଜିତ ପୁରୋହିତ ଓ ବିସମ୍ବର ମହାଖୁଡ଼ ।ଧାରାବିବରଣୀ  ମୁକେଶ ସହିସ ଓ ଜୟକିଷାନ ସୁନାନୀ ଶୁଣାଇ ଥିବା ବେଳେ ସ୍କୋରର ଅଂଶୁମାନ ଗୁପ୍ତା ତୁଲାଇ ଥିଲେ।

Leave A Reply