Odisha news

ଆଞ୍ଚଳିକ ବିକାଶ ପରିଷଦ କୁ ମିଳିଲା ସଫଳତା , ଡାକ୍ତରଖାନା ର ଉନ୍ନତି ପାଇଁ ମିଳିଲା ନିର୍ଭରଯୋଗ୍ୟ ପ୍ରତିଶୃତି

ଖୁବ ଶୀଘ୍ର ହେବ ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଗୃହ

0
ବେତନଟୀ : ବୈଶିଙ୍ଗା ଡାକ୍ତରଖାନାର ଉନ୍ନତି ପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଚାଲିଥିବା ଅନଶନ ୧୦ ଦିନ ପରେ  ସ୍ଥଗିତ ରଖାଯାଇଥିଲା । ବିଜେଡି ବରିଷ୍ଠ ନେତୃବୃନ୍ଦ ଙ୍କ ପ୍ରତିଶୃତି ପରେ ଏହି ଅନଶନ ସ୍ଥଗିତ ରହିଥିଲା। ସରକାରଙ୍କ ତରଫରୁ ଡାକରା ପାଇ ଆଜି ଆଞ୍ଚଳିକ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ଭୁବନେଶ୍ଵର ପହଞ୍ଚିଥିଲେ । ପ୍ରତିନିଧି ଦଳ ମଧ୍ୟରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ପ୍ରବୋଧ କୁମାର ପଣ୍ଡା , ବିବେକାନନ୍ଦ ପଣ୍ଡା , ବିମଳେନ୍ଦୁ ମହାପାତ୍ର , ଦୀପକ ସିଂହ , ସତ୍ୟପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ସହିତ ବିଜୁ ଜନତା ଦଳର ବଡସାହି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ମୟୂରଭଞ୍ଜ ସମବାୟ ବ୍ୟାଙ୍କ ର ଚେୟାରମେନ ସୁବ୍ରମଣ୍ୟମ ମହାନ୍ତି, ବେତନଟୀ ବ୍ଲକ ଅଧ୍ଯକ୍ଷା କୌଶଲ୍ୟା ମାଝୀ , ଉପାଧ୍ଯକ୍ଷ ଦେବଦତ୍ତ ତିଆଡି , ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ , ୩୭ ନଂ ଜିଲ୍ଲା ପରିଷଦ ସଦସ୍ୟା ଧାନୀ କିସ୍କୁ ,ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର , ବୃନ୍ଦାବନ ଦାସ ,  ବରିଷ୍ଠ ବିଜେଡି ନେତା ଶୁଭ୍ରାନ୍ତ ତିଆଡି, ରବି ନାରାୟଣ ପଣ୍ଡା ,ବ୍ଲକ ସଭାପତି ସନ୍ତକ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ । ସରକାରଙ୍କ ତରଫରୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସୁବ୍ରମଣ୍ୟମ ମହାନ୍ତି ଙ୍କ ସହିତ ସମସ୍ତ ପ୍ରତିନିଧି ଦଳ ଦାବି ପତ୍ର ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ନିମନ୍ତେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଖୁବ ଶୀଘ୍ର ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଗୃହ , ଅଧିକ ଡାକ୍ତର , ଅତ୍ୟାଧୁନିକ ଚିକିତ୍ସା ସେବା ର ସୁବନ୍ଦୋବସ୍ତ କରାଯିବା ସହ ଗୃହ ନିର୍ମାଣ କରାଯିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାରିପଦା ପୌରଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି , ମୟୂର ଭଞ୍ଜ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା ଙ୍କ ଉପସ୍ଥିତିରେ  ଏହି ଆଲୋଚନା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ଆଞ୍ଚଳିକ ବିକାଶ ପରିଷଦ ର ସମସ୍ତ ସଦସ୍ୟ ଏବଂ ୨୧ ପଞ୍ଚାୟତ ର ଅଞ୍ଚଳବାସୀ ଏଥି ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ,ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା, ବଡସାହି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତି ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave A Reply