Odisha news

ଆଠଗଡ଼ ରେ ବିଜେପିର ସଙ୍କଳ୍ପ ସମାବେଶ।

0
ଆଠଗଡ଼ ତା ୧୪-୧୦-୨୩ ଆଗାମୀ ନିର୍ବାଚନ କୁ ଆଖିରେ ରଖି ଆଠଗଡ଼ ର ବିଜେପି ନେତା ଅଭୟ ବାରିକ ଙ୍କ ନେତୃତ୍ବରେ ଆଠଗଡ଼ ସ୍ଥିତ ରଥଗଡା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି   କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ସ୍ଥାନୀୟ  ମହୋତ୍ସବ ପଡ଼ିଆ କୁ ଅଣାଯାଇଥିଲା । ସେଠାରେ ଏକ  ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀଵ୍ର ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କର ବିକାଶ ର ହିସାବ ଦେଇଥିଲେ।ଗତ ନଅ ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ସରକାର ଆସିବା ଦିନରୁ ରାଜ୍ୟକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅନୁଦାନ ଦେଇ ସାରିଛନ୍ତି।ଆବାସ ଯୋଜନାରେ ଗତ ୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସମୁଦାୟ ୩୨ ଲକ୍ଷ ଘର ପାଇଁ ଅନୁଦାନ ଯୋଗାଇ ଦିଆ ଯାଇଥିବା ବେଳେ ସେଥିରୁ ରାଜ୍ୟ ସରକାରଙ୍କ ଅପାରଗତା ରୁ ଛଅ ଲକ୍ଷ ଘର ଫେରି ଯାଇଥିବା ଅଭିଯୋଗ କରିଛନ୍ତି।୨୦୦୪ ରୁ ୨୦୧୪ ଦଶ ବର୍ଷ ମଧ୍ୟରେ  ୩ ଲକ୍ଷ କୋଟି ଟଙ୍କା ଅନୁଦାନ ମିଳିଥିଲା, କିନ୍ତୁ ନରେନ୍ଦ୍ର ମୋଦୀ ଙ୍କ ସରକାର ମାତ୍ର ୯ ବର୍ଷ ୪ ମାସ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଓଡ଼ିଶାକୁ ୭୭ ଲକ୍ଷ ଶୌଚାଳୟ ଦିଆଯାଇଥିବା ବେଳେ ୫୬ ରୁ ୫୭ ଲକ୍ଷ ଲୋକ ଙ୍କ ଘରକୁ ପାଣି ପିଇବାର ବ୍ୟବସ୍ଥା କରାଯାଇଛି।ମିଶନ ଶକ୍ତି ଯୋଜନା ଭଳି କେନ୍ଦ୍ରୀୟ ଯୋଜନା କୁ ରାଜ୍ୟ ସରକାର ନିଜର ପ୍ରଚାର ସର୍ବସ୍ୱ କରିଛନ୍ତି। ମହିଳା ଆରକ୍ଷଣ ଠାରୁ ଆରମ୍ଭ କରି ମାଳମାଳ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ। ଆଠଗଡ଼ ନିର୍ବାଚନ ମଣ୍ଡଳୀ ରେ ଆବାସ ଯୋଜନା ଠାରୁ ଆରମ୍ଭ କରି ସମବାୟ ଦୁର୍ନୀତି ଏବଂ ଶୀତଳ ଭଣ୍ଡାରର ଅଭାବ ଉପରେ ତୀବ୍ର ସମାଲୋଚନା କରିବା ସହିତ ଆଠଗଡ଼ ରାଜନୀତି ବିରୁଦ୍ଧରେ ଲଢେଇ ପାଇଁ ଆହ୍ୱାନ ଦେଇଥିଲେ। ଆଠଗଡ଼ ବିଜେପି ନେତା ଅଭୟ ବାରିକ ଙ୍କ ନେତୃତ୍ବରେ ଆଗାମୀ ଦିନରେ ଆଠଗଡ଼ ବିଧାନ ସଭା ଆସନ ଦଖଲ କରିବା ସହିତ ତାଙ୍କ ପଛରେ ଛିଡ଼ା ହେବା ପାଇଁ ଆଜି ଆଠଗଡ଼ ଆସିଥିବା କହିଛନ୍ତି।  କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଵେହେରା ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜୟ କୁମାର ଦଳବେହେରା, ସ୍ମୃତି ପଟ୍ଟନାୟକ, ରଶ୍ମୀ ରେଖା ଦାସ, ସାରଦା ପ୍ରଧାନ, ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ। ଆଠଗଡ଼ ବିଜେପି ନେତା ଅଭୟ ବାରିକ ସ୍ଵାଗତ ଭାଷଣ ଦେଵା ସହିତ ଆଠଗଡ଼ ନିର୍ବାଚନ ମଣ୍ଡଳୀ ରେ ଏଥର ପରିବର୍ତ୍ତନ ର ନାରା ଦେଇଥିଲେ।

Leave A Reply