ନୂଆଦିଲ୍ଲୀ : ଆମେ ପ୍ରାୟ ସମସ୍ତେ ଦେଖିଥାଉ ଯେ କୌଣସି ସ୍ଥାନରେ ଚାକିରୀ କଲେ ଦରମା ମିଳିଥାଏ । କିନ୍ତୁ ବ୍ରିଟେନ ରେ ଏପରି ଗୋଟିଏ କମ୍ପାନୀ ରହିଛି ଯିଏ କି ଏପରି ଜବ୍ ଅଫର୍ କରୁଛି ଯେଉଁଠି କେବଳ ଆରାମ କରିବା ପାଇଁ ପଇସା ମିଳିଥାଏ । ଏହି ଚାକିରୀ ଟି ଏହିପରି ଯେ ଯେଉଁଠି କେବଳ ବିଛଣା ରେ ସୋଇ ଟିଭି ଦେଖିବା ପାଇଁ ଦରମା ମିଳିଥାଏ । ଆପଣ ଭାବୁଥିବେ ଏହା ଏପରି କେଉଁ ଚାକିରୀ ଯେ ଯେଉଁଠି ଆରାମ କରିବାକୁ ପଡିଥାଏ ।
ମିରର ୟୁକେ ର ରିପୋର୍ଟ ଅନୁସାରେ ଏହି ଚାକିରୀ ଲଗ୍ ଜୁରୀ ବେଡ୍ କମ୍ପାନୀ କ୍ରାପଟେଡ୍ ବେଡ୍ସ ଏହି ସୁଯୋଗ ଦେଉଚି । ଏହି ଚାକିରୀ କରୁଥିବା କର୍ମଚାରୀ ଙ୍କୁ ୬-୭ ଘଣ୍ଟା ବିଛଣା ରେ ଶୋଇବାକୁ ପଡିଥାଏ । କମ୍ପାନୀ ପକ୍ଷରୁ କର୍ମଚାରୀ ଙ୍କୁ କେବଳ ସୋଇ ବେଡ୍ କୁ ଅନୁଧ୍ୟାନ କରିବାକୁ ପଡ଼ିଥାଏ ।
ଏହି କମ୍ପାନୀରେ ଚାକିରୀ କରିବା ପାଇଁ କର୍ମଚାରୀଙ୍କୁ ବର୍ଷକୁ ମିଳିଥାଏ ୨୪ଲକ୍ଷରୁ ୭୯ଲକ୍ଷ ଟଙ୍କା । ପ୍ରତି ସପ୍ତାହରେ ଏଠାରେ ଗଦି ଉପରେ ଶୋଇ ପରୀକ୍ଷା କରିବାକୁ ପଡ଼ିଥାଏ ଯେ ଏହି ମ୍ୟାଟ୍ରେଶେସ କିପରି ଓ ଏହି ସମ୍ବନ୍ଧରେ ରେ ସଠିକ୍ ସୂଚନା କମ୍ପାନୀକୁ ଦେବାକୁ ପଡେ । ତା ସହିତ ଏଥିରେ କଣ ଭୁଲ୍ ରହିଛି , କିପରି ଠିକ୍ କରିହେବ ସେହି ବିଷୟରେ ମଧ୍ୟ କମ୍ପାନୀକୁ ସୂଚନା ଦେବାକୁ ପଡେ ।
ଏହି କମ୍ପାନୀ ର ଜେନେରାଲ ମ୍ୟାନେଜର କହିଛନ୍ତି ଯେ ଏଥିପଇଁ କର୍ମଚାରୀ ଙ୍କୁ ଅଫିସ୍ ଆସିବା ଆବଶ୍ୟକ ନାହିଁ । ସେଥିପାଇଁ ସେମାନେ ଘରେ ରହି ମଧ୍ୟ ଏହାକୁ ଅନୁଧ୍ୟାନ କରି ପାରିବେ ।
Comments are closed.