Odisha news

ପୁଲ୍ ନିକଟରେ ସୋଇଥିଲେ ବ୍ୟକ୍ତି , ହଠାତ ପାଖକୁ ଚାଲିଆସିଲା ଭାଲୁ ତାପରେ……

0

ନୂଆଦିଲ୍ଲୀ : ଆମେରିକାର ମାସାଚୁସେଟସରେ ଗୋଟିଏ ବ୍ୟକ୍ତି ସୁଇମିଙ୍ଗ ପୁଲ ନିକଟରେ ଆରାମ କରୁଥିଲେ l ସେହି ସମୟରେ ନିଘୋଡ଼  ନିଦ୍ରାରେ ସୋଇଥିବା ବେଳେ ଗୋଟିଏ  ଭାଲୁ ଆସି ତାଙ୍କ ପାଖରେ ପହଞ୍ଚିଥିଲା l ଭାଲୁଟି ସେହି ବ୍ୟକ୍ତିଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କଲା ,ସେହି ବ୍ୟକ୍ତି ଜଣଙ୍କ ନିଜ ଘର ସାମ୍ନାରେ ଥିବା ପୁଲ ପାଖରେ ସୋଇଥିଲେ l ବ୍ୟକ୍ତି ଜଣଙ୍କ ନଉଠିବାରୁ ଭାଲୁ ତାଙ୍କ ପାଦକୁ ସୁଙ୍ଗିବାକୁ ଆରମ୍ଭ କରିଥିଲା ଓ ତାପରେ ପାଦକୁ ନଖରେ ରାମ୍ପି ଥିଲା ତାଙ୍କର ପ୍ରତିକ୍ରିୟା ନପାଇ ତାଙ୍କ ଘର ଭିତରକୁ ପଶିଥିଲା l ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି l

ଭିଡ଼ିଓଟିରେ ଦେଖା ଯହିଛି ଭାଲୁଟି ପ୍ରଥମେ ଆସି ପୁଲ ମଧ୍ୟରୁ ପାଣି ପିଇଛି l ମାସାଚୁସେଟସର ଗ୍ରୀନ ଫିଲ୍ଲଡିରେ ମାଟ୍ୟୁ ନାମକ ବ୍ୟକ୍ତି ଶନିବାର ଦିନ ନିଜ ପୁଲ ନିକଟରେ ଏକ ଲାଉଞ୍ଜ ଚେୟାର ଉପରେ ବସି ଆରାମ କରୁଥିଲେ l ତାଙ୍କର ମେନ୍ ଗେଟ୍-ଟି ଖୋଲାଥିବା ହେତୁ ଭାଲୁଟି ଭିତରକୁ ପଶି ଆସିଥିଲା l ପଶି ଆସିବା ପରେ କେହି ତାକୁ ଦେଖି ପାରିନଥିଲେ ,ତେଣୁ ସେ ନିଜର ଶୋଷ ମେଣ୍ଟାଇବା ପାଇଁ ପ୍ରଥମେ ପାଣି ପିଇଥିଲା l ଯେତେବେଳେ ସେ ମାଟ୍ୟୁଙ୍କ ସହିତ ଏପରି ବ୍ୟବହାର କଲା ସେ ନିଦରୁ ଉଠି ଡରି ଗଲେ ଓ ପାଟିକରି ସମସ୍ତଙ୍କୁ ଡାକିଥିଲେ l ତାଙ୍କ ପାଟି ଶୁଣି ଭାଲୁଟି ଘର ଭିତରକୁ ଟିକେ ଯାଇ ବାହାରକୁ ପୁଣି ଫେରି ଆସି ଗେଟ୍ ବାହାରକୁ ଚାଲିଯାଇଥିଲା l

Leave A Reply