ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ ଗୁପ୍ତ ଭାବରେ ଜୈବିକ ହତିଆର ତିଆରି କରୁଥିବାର ଗୁଇନ୍ଦା ସୂତ୍ରରୁ ଜଣା ପଡିଛି l ଏଥିପାଇଁ BRI ଫଣ୍ଡର ବ୍ୟବହାର କରାଯାଉଛି l ପାକିସ୍ତାନରେ ଏହି ଗବେଷଣାକୁ କରିବା ପାଇଁ ବିଭିନ୍ନ ପ୍ରକାରର ହାତିଆରର ବ୍ୟବହାର କରାଯାଉଛି l ଗୁପ୍ତ ସୂଚନା ବ୍ୟତୀତ ଅଷ୍ଟ୍ରେଲିଆର ପ୍ରସିଦ୍ଧ ପତ୍ରକାର ଏନ୍ଥୋନୀ କ୍ଳlନ ଗୋଟିଏ ୱେବ ସାଇଡ଼ରେ ସୂଚନା ଦେଇଛନ୍ତି ,jo the kleksan ନାମକ ୱେବ ସାଇଡଟି କ୍ଳlନଙ୍କର ଅଟେ l ଏନ୍ଥୋନୀ  ଇଣ୍ଡିଆ ଟୁଡ଼େକୁ ସୂଚନା ଦେଇ କହିଛନ୍ତି ଯେ CPEC ଅଞ୍ଚଳରେ ଗୁପ୍ତ ଗବେଷଣା କର ଯାଉଛି l ଚୀନ ଏହି ଗବେଷଣା ପାଇଁ ଫଣ୍ଡିଙ୍ଗ ଦେଉଛି l

ସେ କହିଛନ୍ତି ଯେ ଚୀନ ଓ ପାକିସ୍ତାନର ସେନା ମିଳିତ ଭାବରେ ଏକ ଭୟଙ୍କର ଜୀବାଣୁର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି l ଏହି ପତ୍ରକାରଙ୍କ ସୂଚନା ଅନୁସାରେ ଚୀନ ଓ ପାକିସ୍ତାନ ମିଳିତ ଭାବରେ ୨୦୧୫ ରୁ ଏହି ପ୍ରୋଜେକ୍ଟ ସହିତ ଯୋଡି ହୋଇଛନ୍ତି l ଏହି ପତ୍ରକାରଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜଣ ପଡିଛି ଯେ ଚୀନରେ ଥିବା ବୁହାନ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜି ପାକିସ୍ତାନର ସୈନ୍ୟ ସଂସ୍ଥା ଦ୍ୱାରା ଗୋଟିଏ ଗୁପ୍ତ ରାଜିନାମା ଉପରେ ହସ୍ତାକ୍ଷର କରିଛି l ପାକିସ୍ତାନ ଓ ଚୀନ ଏହି ରାଜିନାମାକୁ ସଂକ୍ରମଣ ରୋଗ ସହିତ ଲଢେଇ କରିବା ପାଇଁ ଗବେଷଣା କରୁଛନ୍ତି ବୋଲି କହିଛନ୍ତି l

ବୁହାନ ଇନଷ୍ଟିଚ୍ୟୁଟରୁ ବର୍ତ୍ତମାନ ଚାଲିଥିବା କରୋନା ମହାମାରୀ ଆସିଥିଲା l ସାରା ବିଶ୍ୱ ସେଥିପାଇଁ ଚୀନକୁ ଦାୟୀ କରିଥିଲା l କ୍ଳlନ ଇଣ୍ଡିଆ ଟୁଡ଼େକୁ ଜଣାଇଛନ୍ତି ଯେ ପାକିସ୍ତାନରେ ଯେଉଁ ମହାମାରୀ ଉପରେ ଗବେଷଣା ହେଉଛି ତାହା ଖୁବ ଭୟାନକ ଅଟେ l ଏହି ଅଷ୍ଟ୍ରେଲିଆ ପତ୍ରକାର ଦାବି କରିଛନ୍ତି ଯେ ଏହି ଗବେଷଣା ପାଇଁ ମଣିଷଙ୍କୁ ମଧ୍ୟ ବ୍ୟବହାର କରାଯାଉଛି l ଏଥିରେ ଅଧିକାଂଶ ଲୋକ ପାକିସ୍ତାନର ଅଟନ୍ତି l ତେଣୁ ସେମାନେ ବୁଝି ପାରୁ ନାହାନ୍ତି ଯେ କଣ କରୁଛନ୍ତି l

LEAVE A REPLY

Please enter your comment!
Please enter your name here