Odisha news

ଖୋଲିଲା ଜାହାନିଆ ବେଳାଭୁମି : ଆସିଲେ ପର୍ଯ୍ୟଟକ

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛୁରିଆନ ଗ୍ରା ପ ର ଜାହାନିଆ ବେଳାଭୁମି ଖୋଲିଅଛି ।ବେଳା ଭୂମି ଟି କରୋନା ନେଇ ଦୀର୍ଘ,4ମାସ ଧରି ବନ୍ଦ ଥିଲା । ବେଳା ଭୂମି ଓ ପିର ପୀଠ ଖୋଲିବା ପରେ ପର୍ଯ୍ୟଟକ ଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବୃଦ୍ଧି ପାଇଛି । ବହୁ ସଂଖ୍ୟକ ମୁସୁଲିମପୁରୁଷ ଓ ମହିଳା ପିର ଙ୍କୁ ଦର୍ଶନ କରୁ ଥିବାର ଦେଖିବାକୁ ମିଳୁଥିବା ବେଳେ ବହୁ କଲେଜ ପିଲା ମଧ୍ୟ ବେଳା ଭୂମି ବୁଲିବା ସହ ବଣ ଭୋଜି କରୁ ଥିବାର ଦେଖିବାକୁ ମିଳୁଛି ।

ଜାହାନିଆ ପୀଠର ବିକାଶ ନିମନ୍ତେ ଯାତ୍ରା ପଡିଆ କୁ ଲାଗି ଏକ ଉର୍ନତ ତଥା ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କଲା ଭଳି ସର କାର ପାର୍କ ନିର୍ମାଣ କରିଛନ୍ତି ଓ ବେଳା ଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରାୟ 2 କୋଟି ପାଖା ପାଖି ଟଙ୍କା ଖର୍ଚ କରି ବାର ଯୋଜନା ରଖି ଥିବାରୁ ସରକାରଙ୍କର ଉଚ ପ୍ରତିନିଧି ଦଳ ପୁରୀ  ଜିଲାପାଳ ଙ୍କ ନେତୃତ୍ୱରେ ଆସି ପିର ପିଠ ଓ ବେଳାଭୁମି ର ପରିଦର୍ଶନ କରି ଫରିଛନ୍ତି । ଅପର ପକ୍ଷରେ ଓ ଟି ଡି ସି ପକ୍ଷରୁ କରା ଯାଇଥିବା ପିଣ୍ଡି ଓ ଦୋକାନ ଗୃହକୁ କାର୍ଯ୍ୟ କ୍ଷମ କରିବା ପାଇଁ  ଉପସ୍ଥିତ ସରକାରୀ ଅଧିକାରୀ ଙ୍କୁପରା ମର୍ଶ ଦେଇ ଛନ୍ତି ।

Comments are closed.