Odisha news

ଫୁଲବାଣୀ:ନୂତନ ବି.ଡ଼ି.ଓଙ୍କ ଦାୟିତ୍ୱ ଗ୍ରହଣ

0

ଫୁଲବାଣୀ(Santosh Mishra) :  ଫୁଲବାଣୀ ବ୍ଳକ ନୂତନ ବି.ଡ଼ି.ଓ ଭାବେ ଶାନ୍ତନୁ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର ଦିନ ପୂର୍ବତନ ବି.ଡ଼ି.ଓ ସୁବ୍ରତ କୁମାର ଜେନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏହି ଅବସରରେ ବ୍ଳକ କାର୍ଯ୍ୟାଳୟର କର୍ମଚାରୀ ମାନେ ନୂତନ ବି.ଡ଼ି.ଓ ଶ୍ରୀ ନାୟକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।

ପ୍ରକାଶ ଯେ, ଏଠାରେ ଥିବା ବି.ଡ଼ି.ଓ ଶ୍ରୀ ଜେନାଙ୍କର କେନ୍ଦୁଝର ଜିଲା ଅନ୍ତର୍ଗତ ହରିଚନ୍ଦନପୁର ବ୍ଳକ ବି.ଡି.ଓ ଭାବେ ବଦଳି ହୋଇଛି । ଫୁଲବାଣୀ ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ନାୟକ ପୂର୍ବରୁ କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ବି.ଡ଼ି.ଓ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ଜି.ଉଦୟଗିରି ବ୍ଳକରେ ନୂତନ ବି.ଡ଼ି.ଓ ଭାବେ ବିଜୟ ପ୍ରଧାନ ଯୋଗଦେଇଛନ୍ତି ।

Leave A Reply