Odisha news

ଘରେ ପସି ଜୀବନରେ ମାରିଦେବୁ ‘ ଭାଇଜାନ ଙ୍କୁ ଆଉଥରେ ମିଳିଲା ଧମକ

0

ବଲିଉଡ ର ଅଗଧାଡ଼ି ର ଅଭିନେତା ସଲମାନ ଖାନ ଙ୍କୁ ଆଉଥରେ ଧମକ ମିଳିଛି, ମୁମ୍ବାଇ ର ବଲିଙ୍ଗ ଟ୍ରାଫିକ ବିଭାଗ ର ହ୍ୱାଟ୍ସ ଆପ ନମ୍ବର ରେ ଧମକ ମିଳିଛି, ଯେଉଁଥିରେ ସଲମାନ ଙ୍କ ଘରେ ପଶି ଜୀବନ ରୁ ମରିବାର ଧମକ ମିଳିଛି l କେବଳ ଏତିକି ନୁହେଁ ସଲମାନ ଙ୍କ ଗାଡି କୁ ବମ ରେ ଉଡାଇ ଦେବାର ଧମକ ମିଳିଛି, ବର୍ଲି ପୋଲିସ ଷ୍ଟେସନ ରେ ଫୋନ କରିଥିବା ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ଦର୍ଜ କରାଯାଇଛି l

ଏହି ଘଟଣା ପରେ ପୋଲିସ ହାଇ ଆଲର୍ଟ ହୋଇଯାଇଛି, ଏବଂ ପୋଲିସ ଏହାର ପ୍ରମାଣ ଖୋଜିବାରେ ବ୍ୟସ୍ତ ରହିଛି l ବିଶେଷ ଭାବରେ ବର୍ତମାନ ପର୍ଯ୍ୟନ୍ତ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ର ବ୍ୟକ୍ତି ହୋଇଥାଏ ଭାବି ସନ୍ଦେହ ଘେରରେ ରଖିଛି l ଏଭଳି ଧମକ ପ୍ରଥମ ଥର ପାଇଁ ସଲମାନ ଙ୍କୁ ମିଳିନାହିଁ, ଅନେକ ଦିନରୁ ମଧ୍ୟ ସଲାମ ଙ୍କୁ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଧମକ ମିଳିଆସୁଛି l ଲରେନ୍ସ ଗ୍ୟାଙ୍ଗ କଥିତ ଭାବରେ ୧୯୯୮ ରେ କୃଷ୍ଣ ମୃଗ ହତ୍ୟା ମାମଲାରେ ଧମକ ମିଳି ଆସୁଛି l

ବର୍ତମାନ ସଲମାନ ଖାନ ନିଜ ଚଳଚିତ୍ର ସିକନ୍ଦର ର ପ୍ରମୋସନ ରେ ବ୍ୟସ୍ତ ରହିଛନ୍ତି, ଏହି ସମୟ ରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ତାଙ୍କୁ ଜୀବନ ରୁ ମରିବାର ଧମକ ମିଳିଥିବା କୁ ନେଇ କହିଛନ୍ତି ଯେ ଭଗବାନ, ଯାହା ଭାଗ୍ୟରେ ଯେତିକି ଆୟୁ ଲେଖିଛନ୍ତି ସେତିକି ତାକୁ ମିଳିବ ଥୟ, ଅନେକ ସମୟ ରେ ଅନେକ ଲୋକଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡିଥାଏ ତାହା ହେଉଛି ଗୋଟିଏ ବଡ଼ ସମସ୍ୟା ହୋଇଯାଉଛି l

Leave A Reply