ଭୁବନେଶ୍ୱର(Suvendra pattanaik) : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ଜନ ସମାଗମକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କୁ ରଥଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଛି । ଏଥିସହ ରଥଯାତ୍ରା ମହାତ୍ମ ସମ୍ପର୍କରେ ମଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଇଞ୍ଜିନିୟର ଅଭିନନ୍ଦନ ଦାଶ, ଡଃ ଅଂଶୁମାନ କର, ଶ୍ରୀ ବୈକୁଣ୍ଠ ନାଥ ପ୍ରଧାନ, ଶ୍ରୀ ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ଜୟକୃଷ୍ଣ ଦାସ, ଡଃ ଗୁରୁ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଧାରବିବରଣୀ ପ୍ରଦାନ କରିଥିଲେ । ଏକାମ୍ର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ, ମନ୍ଦିର ପ୍ରଶାସନ କର୍ମକର୍ତ୍ତା ପ୍ରମୁଖ ପ୍ରବଚକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ରଥଯାତ୍ରା ପାଇଁ ବିଭିନ୍ନ ସେବା ପ୍ରଦାନ କରିଥିବା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।