ଅପ୍ରେଲ ୭ ତାରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର
• ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ୪ ତାରିଖରୁଅନଲାଇନ ପଞ୍ଜୀକରଣ ଆରମ୍ଭ • ଅଣପଞ୍ଜୀକୃତ ଆବେଦନକାରୀଙ୍କ ପାଇଁ ଅଭିଯୋଗପତ୍ର ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ
ଭୁବନେଶ୍ୱର (Suvendra Pattanaik) : ଆସନ୍ତା ଅପ୍ରେଲ ୭ ତାରିଖ ସୋମବାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅପ୍ରେଲ ୪ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥି ନିମନ୍ତେଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ(ଷଗ୍ଧଗ୍ଧକ୍ଟ୍ରଗ୍ଦ://ହବଦ୍ଭବଗ୍ଦଙ୍କଦ୍ଭବଦ୍ଭସ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/)ବ୍ୟବହାର କରି ସଂପୃକ୍ତଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇପାରିବେ । ଏତଦ୍ ଭିନ୍ନ, ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ । ଏହା ଜନଶୁଣାଣିପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଅଭିଯୋଗ ଫଇସଲାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ-ତଥା-ସ୍ୱତନ୍ତ୍ର ଶାସନ ସଚିବ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଜଣାଇଛନ୍ତି । ପ୍ରକାଶ ଥାଉକି, ଏହି ଅଭିଯୋଗ ଶୁଣାଣି ଶିବିର ପ୍ରତ୍ୟେକ ଜିଲ୍ଲାରେ ସକାଳ ୭ ଘଟିକା ଠାରୁ ପୂର୍ବାହ୍ନ ୧୦ ଟା ପର୍ୟ୍ୟନ୍ତ ଚାଲିବ ।